Odiapua.com

ବାତ୍ୟା ୟସ କୁ ନେଇ କଟକ ଜିଲ୍ଲା ପ୍ରଶାସନିକ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ନେତା

ସାଲେପୁର ୫-୬ (ଓଡ଼ିଆ ପୁଅ/ଅଭୟ ଜେନା) ବାତ୍ୟା ୟାସକୁ ନେଇ କଟକ ଜିଲ୍ଲାର ସଦର ବ୍ଲକ କିଶୋରନଗର, ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଆଦି ବ୍ଲକ ଅଞ୍ଚଳର କ୍ଷୟକ୍ଷତି ରିପୋର୍ଟରେ ଗୋଟିଏ ବି ଚାଳ ଛପର ଘର ର କ୍ଷତି ହୋଇନାହିଁ କି ଗୋଟିଏ ଗୁଣ୍ଠ ଚାଷ ଜମିର ଫସଲ ନଷ୍ଟ ହୋଇନାହିଁ। କିନ୍ତୁ ୩୬ଟି ସରକାରୀ କୋଠାଘର ଡ୍ୟାମେଜ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭୯ଲକ୍ଷଟଙ୍କା ହେବ। ଜଣେ ଦୃଷ୍ଟି ହୀନ ବି ଏପରି ରିପୋର୍ଟ କୁ ବିଶ୍ୱାସ କୁ ନେବ ନାହଁ ବୋଲି ବିଜେପି କଟକସଦର ନେତା ଦିଲ୍ଲୀପ ମଲ୍ଲିକ ପ୍ରକାଶ କରିଛନ୍ତି. ବ୍ଲକ ରେ ୧୧୮ ଟି ଗାଁ ମଧ୍ୟରୁ ୩୭ ଟି ଗାଁ ବାତ୍ୟାରେ ପ୍ରଭାବିତ ବୋଲି ରିପୋର୍ଟ କହୁଥିଲାବେଳେ ହଜାର ହଜାର ଚାଳ ଘର ମଧ୍ୟରୁ ଗୋଟିଏ ଭାଙ୍ଗିଗଲା ନାହିଁ। କିନ୍ତୁ ୩୬ ଟି ସରକାରୀ କୋଠା ଭାଙ୍ଗିଗଲା। ଏଥିରୁ କଟକ ଜିଲା ଅଧୀନରେ ଥିବା ବ୍ଲକ ଓ ତହସିଲ ଅଧିକାରୀଙ୍କ ଦକ୍ଷତା ପ୍ରମାଣିତ ହେଉଛି ବୋଲି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଟୁଇଟ କରି ଅଭିଯୋଗରେ ଦର୍ଶାଇଛନ୍ତି।