Odiapua.com

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ଫନୀ ବାତ୍ୟାର ସଫଳ ମୁକାବିଲା ପାଇଁ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଓଡିଶା ସରକାରଙ୍କୁ ଉଚ୍ଚପ୍ରଶଂସା କରାଯାଇଛି। ଆଜି ସଂସ୍ଥାର ଡାଇରେକ୍ଟର ଜେନେରାଲ Mr. Matthew Morell ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ବିଭିନ୍ନ ପାଣିପାଗ ସଂସ୍ଥାର ସଠିକ ପୂର୍ବାନୁମାନ ତଥା ରାଜ୍ୟ ସରକାରଙ୍କ ସଫଳ ମୁକାବିଲାର ପ୍ରଶଂସା କରି କହିଛନ୍ତି ଯେ ରାଜ୍ୟ ସରକାର ସମୟୋଚିତ ପଦକ୍ଷେପ ନେଇ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାରୁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇଯାଇଥିଲା। ବାତ୍ୟାରେ ଜୀବନହାନୀ ଘଟିଥିବା ଲୋକମାନଙ୍କ ପାଇଁ ସେ ଶୋକ ପ୍ରକାଶ ମଧ୍ୟ କରିଛନ୍ତି।

ଓଡିଶାରେ ଧାନଚାଷର ଉନ୍ନତି ଓ କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ଏହି ସଂସ୍ଥାର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ବିପର୍ଯ୍ୟୟ ପରେ କୃଷି କ୍ଷେତ୍ରର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ଏହି ସଂସ୍ଥା ପ୍ରସ୍ତୁତ ଅଛି।