Odiapua.com

ବାତ୍ୟା ବିଧ୍ୱସ୍ତ ନିମାପଡା ଓ ଗୋପ ଅଂଚଳରେ କେନ୍ଦ୍ରମନ୍ତ୍ରୀ ସମସ୍ତେ ମିଶି ଓଡିଶା ଓ ନିମାପଡାର ପୁନଃନିର୍ମାଣ କରିବା-ଧର୍ମେନ୍ଦ୍ର ପ୍ରଧାନ

– ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ
– ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ନିମାପଡା/ଗୋପ, ୦୬ ମଇ (ଓଡ଼ିଆ ପୁଅ) – ପ୍ରଳୟଙ୍କରୀ ବାତ୍ୟା ଫୋନି ପ୍ରଳୟ କରିଛି। ଏହି ପରି ସମୟରେ ସମସ୍ତ ମିଶି ଓଡିଶାର ପୁନଃନିର୍ମାଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିମାପଡା, ଗୋପର ବାତ୍ୟା ବିଧ୍ୱସ୍ତ ଅଂଚଳ ବୁଲିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘରଘର ବୁଲି ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ।

ବାତ୍ୟା ଫୋନିର ତାଣ୍ଡବଲୀଳାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେଇଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ। ପୂର୍ବରୁ ୩୪୧ କୋଟି ଏବେ ୧୦୦୦ କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି। ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିବା ସହ ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।