ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟଶ ପାଇଁ ଜିଲ୍ଲାର ଟୀକାକରଣ ଓ କୋଭିଡ଼ ପରୀକ୍ଷଣ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୂଳେ ଏହି ନିଷ୍ପତି ନିଆ ଯାଇଛି । ଆସନ୍ତା ୨୫, ୨୬ ଓ ୨୭ ତାରିଖରେ କୋଭିଡ଼ ପରୀକ୍ଷଣ, ଟୀକାକରଣ ଓ ଘରକୁ ଘର ବୁଲି ସର୍ବେକ୍ଷଣ କାର୍ଯ୍ୟ ବନ୍ଦ ରହିବ ।