Odiapua.com

ବାତ୍ୟା ପାଇଁ ଆଗୁଆ ପଦକ୍ଷେପ, ଗର୍ଭବତୀ ମହିଳାଙ୍କୁ ଆଗୁଆ ଡ଼ାକ୍ତର ଖାନାରେ ଭର୍ତି କରାଗଲା, ପଂଚାୟତ ସମିତି ଲୋକ ପ୍ରତିନିଧି ଙ୍କୁ ବିଡ଼ିଓ ଅଣଦେଖା କରୁଛନ୍ତି

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଧାମନଗର ବ୍ଲକ ପ୍ରଶାସନପକ୍ଷରୁ ଘନ ଘନ ବୈଠକ ଚାଲୁ ଥିଲେ ସୁଦ୍ଧା ବ୍ଲକ ର ବିଭିନ୍ନ ପଂଚାୟତ ର ଲୋକ ପ୍ରତିନିଧି ଙ୍କୁ ବିଡ଼ିଓ ବନ ବିହାରୀ ଦୀନ୍ଧା ସୁଚନା ଦେଉ ନଥିବାରୁ କେତେକ ସରପଂଚ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟମାନେ ବିଡ଼ିଓ ଙ୍କୁ ଘେରି ଥିଲେ । ଏହି ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପଂଚାୟତ ସମିତି ପରିସର ରେ ପହଂଚିଥିଲେ ଏବଂ ସେମାନଙ୍କୁ ମିଟିଂ ହଲକୁ ଡାକି ନେଇ ଯାଇଥିଲେ ଏବଂ ବୈଠକ ରେ ଭାଗ ନେଇ ମିଳିମିଶି ବାତ୍ୟା କୁ ମୁକାବିଲା କରିବାକୁ ନିବେଦନ କରିଥିଲେ। ଏହି ପ୍ରସ୍ତୁତିର ବୈଠକ ରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରାକୃତିକ ବିପର୍ଯ୍ୟୟ ରେ ରାଜ୍ୟ ସରକାରଙ୍କର ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ରେ ଯେପରି କାହାରି ଜୀବନ ନ ଯିବ ଓ ସବୁ ଲୋକ ସୁରକ୍ଷିତ ରହିବେ, ସେ ଦିଗରେ ପ୍ରଶାସନ ପଦକ୍ଷେପ ନେଇ ଛନ୍ତି। । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରକୁ ସେ ଜୋର ଦେଇଛନ୍ତି। ସେହିପରି ପ୍ରଭାବିତ ଅଂଚଳରେ ଗୋ ଖାଦ୍ୟ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଓ ବର୍ଷା ସମୟରେ ସାପ କାମୁଡ଼ା ଭୟ ଥିବାରୁ ଏହାର ମୁକାବିଲା କରିବାକୁ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ। ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ନିରାପଦ ଆଶ୍ରୟସ୍ଥଳୀ ଓ ସ୍କୁଲ ଘର ବୁଲି ଦେଖିଛନ୍ତି। ପ୍ରଭାବିତ ଅଂଚଳର ଲୋକ, କଚା ଘରେ ରହୁଥିବା ଲୋକଙ୍କୁ ଏହିସବୁ ଆଶ୍ରୟସ୍ଥଲୀକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆସ୍କା ଲାଇଟ୍‌, କଟର, ଲାଇଫ ଜାକେଟ, ପାୱାର ବୋଟ୍ ଆଦି ପ୍ରସ୍ତୁତ କରି ରଖାଯାଇଛି। ବୋଲି ବିଡ଼ିଓ ସୁଚନା ଦେଇ ଥିଲେ।ବିଭିନ୍ନ ଗ୍ରାମରୁ ଗର୍ଭବତି ମହିଳାଙ୍କୁ ଆଗୁଆ ପ୍ରଶାସନ ୩୨ ଜଣ ଙ୍କୁ ଡ଼ାକ୍ତରଖାନା ରେ ରଖାଯାଇଛି । ବାତ୍ୟା ସମୟ ରେ ଜରୁରୀ ସେବା ଯୋଗାଇ ଦେବା ସହ ଉଦ୍ଧାର କାର୍ଯ୍ୟ ପାଇଁ ୩୪ ଜଣଙ୍କୁ ନିୟୋଜିତ କରା ଯାଇଛି। ବିପନ୍ନ ମାନେ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳ ଓ ସ୍କୁଲ ମାନଙ୍କ ରେ ରହିବା ପାଇଁ ବ୍ୟବସ୍ତା କରା ଯାଇଛି।ଆବଶ୍ୟକ ସ୍ଥଳେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯିବ ବୋଲି ବୈଠକ ରେ ନିଷ୍ପତି ହୋଇଛି। ଏହି ବୈଠକ ରେ ଅନ୍ୟ ମାନଙ୍କ ମନ୍ଧ୍ୟ ରେ ପି ଡି ସରୋଜ ଦତ, ତହସିଲଦାର ଦୀପକ ଦାସ,ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା , ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।