Odiapua.com

ବାତ୍ୟା ପରିପ୍ରେକ୍ଷୀରେ ୧୦ଟି ଜିଲ୍ଲାରେ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେଉଁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ମାଛମାଂସ, ଖୀର ଆଦି କିଣିବା ନିମନ୍ତେ ଅଧିକ ସମୟ ଦେବା ପାଇଁ ୨୪ ଓ ୨୫ ତାରିଖ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।