Odiapua.com

ବାତ୍ୟା ଦାନା ପ୍ରଭାବରେ ୧୨ ହଜାର ହେକ୍ଟର ଜମିରେ ଧାନ ଓ ପନିପରିବା ଚାଷ ପ୍ରଭାବିତ

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ପ୍ରଭାବ ରେ ଧାମନଗର ବ୍ଲକରେ ୧୨ ହଜାର ହେକ୍ଟର ଚାଷ ଜମିରେ ଧାନ , ଅଣ ଧାନ ଓ ପନିପରିବା ଚାଷ ରେ ପାଣି ଲାଗିଥିଲା। ସେଥିମଧ୍ୟରୁ ବ୍ଲକରେ ବିଭିନ୍ନ ଅଂଚଳରେ ମୋଟ ୪୦ ହେକ୍ଟର ଜମିରେ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ୧୨ ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଥିବା କୃଷି ବିଭାଗ ପ୍ରାଥମିକ ଆକଳନ ରୁ ଅନୁମାନ କରିଛି। ମଙ୍ଗଳବାର ସୁଦ୍ଧା ଏହି ରିପୋର୍ଟ ପ୍ରକାଶ ପାଇ ଥ?ିବା ବେଳେ ଆଗାମୀ ଦିନରେ କ୍ଷତିର ପରିମାଣ ଆଉ କିଛି ବଢ଼ିପାରେ ବୋଲି କୁହାଯାଇଛି। ବ୍ଳକର ୩୧ ପଞ୍ଚାୟତରେ ମୋଟ ୧୬ ହଜାର ୯ ଶହ ୩୦ ହେକ୍ଟର ଜମିରେ ଧାନ ଓ ପନିପରିବା ଚାଷ କରାଯାଇଥିଲା। ଗର୍ଭଣା ସଂକ୍ରାନ୍ତି ପରେ ଧାନ ଗଛରୁ ଥୋଡ଼ ବାହାରି ସାରିଥିଲା। କେତେକ ଅଂଚଳରେ ବିଳମ୍ବରେ ହୋଇଥିବା ଧାନ ଗର୍ଭରେ ଥିବାବେଳେ ବାତ୍ୟା ଦାନା ଯୋଗୁ ଧାନଚାଷ ରେ ବ୍ୟାପକ କ୍ଷତି ଘଟିଛି। କୃଷି କର୍ମଚାରୀମାନେ ସବୁ ଅଂଚଳ ବୁଲି ରିପୋର୍ଟ ସଂଗ୍ରହ କରିବା ପରେ ସୂଚନା ମିଳିଛି। ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ସରକାର ଙ୍କ ରାଜସ୍ୱ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଆର୍ôଥକ ସହାୟତା ପାଇଁ ଜଳ ସେଚିତ ଚାଷ ପାଇଁ ୧୭ ହଜାର। ଅଣ ଜଳସେଚିତ ଚାଷ ପାଇଁ ହେକ୍ଟର ପ୍ରତି ୮ ହଜାର ୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି।ସେଥିପାଇଁ କ୍ଷତିଗ୍ରସ୍ତ ଚାଷ ଜମିର ଜିପିଏସ ଫଟୋ କୃଷି ବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ଉଠାଇ ଦେବାକୁ କୁହାଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା,ସହକାରୀ କୃଷି ଅଧିକାରୀ ସତ୍ୟଜିତ ସେଠୀ,ସୁମିତ୍ରା ମହାନ୍ତି,କୃଷି ଜିଲ୍ଲା ଅଧିକାରୀ ଗଣେଶ ମାଝୀ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀ ପ୍ରମୁଖ କ୍ଷୟକ୍ଷତି ଆକଳନ ରେ ଉପସ୍ଥିତ ଥିଲେ। ତେବେ ଆକଳନ ପରେ ସରକାରି ସହାୟତା ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ପ୍ରକାଶ କରିଛନ୍ତି।