Odiapua.com

ବାତ୍ୟା ଦାନା ପ୍ରଭାବରେ ସବୁଠି ଭୟ, କୋହଲାପାଗକୁ ଲାଗି ରହିଛି ପବନ ବର୍ଷା, କଂଚାଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ, ନଦୀକୂଳିଆ ବାସୀଙ୍କୁ ସୁରକ୍ଷା ନାହିଁ

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ଗଭିର ଅବପାତ ରୂପନେଇ ସ୍ଥଳଭାଗ ଆଡକୁ ମାଡି ଆସିବା ସହ କେନ୍ଦ୍ରାପଡା ଭିତରକନିକା ଓ ଭଦ୍ରକର ଧାମାର ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଧାମରା ସମୁଦ୍ର ମୁହାଣ ଠାରୁ ୧୫କିମି ଦୂର ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ସମେତ ବହୁ ପଂଚାୟତ ବାତ୍ୟାରେ ପ୍ରଭାବିତ ହେବା ସହିତ ବହୁ କଚାଘର ଓ ଛପରଘରର କ୍ଷୟକ୍ଷତି ଘଟିବ। ଏପରିକି ଜିଲାପ୍ରଶାସନର ପ୍ରସ୍ତୁତି ଅନୁଯାୟୀ ନଦୀକୂଳିଆ ଓ ତଳିଆ ଅଂଚଳର ଲୋକମାନଙ୍କର ସୁରକ୍ଷା ପାଇଁ ନିକଟସ୍ଥ ବାତ୍‌ଯା ଆଶ୍ରୟସ୍ଥଳ ଓ ସ୍କୁଲ ଘର ପ୍ରସ୍ତୁତ ପାଇଁ ନୋଡାଲ ଅଫିସରଙ୍କ ଠାରୁ ଆରମ୍ଭ କରି ସ୍ୱୟଂସହାୟକ ମହିଳାଙ୍କ ପ୍ରଯ୍‌ଯନ୍ତ ଦାୟୀତ୍ୱ ବଂଟାଯାଇଛି। ହେଲେ ବୁଧବାର ଖବର ଲେଖା ହେଲା ବେଳକୁ ଆରଡି ସମେତ କୌଣସି ତଳିଆ ଅଂଚଳରେ ଲୋକମାନଙ୍କ ସୁରକ୍ଷା ପାଇଁ ସ୍ଥାନାନ୍ତର ତ ଦୂରର କଥା ବାତ୍ୟା ଆଶ୍ରୟସ୍ଥଳ ଅନ୍ଧକାରମୟ ହୋଇ ରହିବା ସହ ନଦୀକୂଳିଆ ଲୋକ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାନାହିଁ। ଅନ୍ୟପଟେ ଏହି ଅଂଚଳର ହଜାରହଜାର ଚାଷୀ ଧାରକରଜ କରି କରିଥିବା ସାରଦଧାନ କ୍ଷତରେ କଂଚା ଥିବାରୁ ଅମଳ ନେଇ ଚିନ୍ତାରେ ରହିଛନ୍ତି। ତାହାସହ ବୁଧବାର ମଧ୍ୟାହ୍ନ ୧୨ଟାରୁ ଆକାଶ କଳାବାଦଲେ ଢାଙ୍କି ହୋଇ ରହିବା ସହ ବର୍ଷା ଓ ପବନ ଲାଗି ରହିଛି। ମତ୍ସ୍ୟଜିବୀମାନେ ନଦୀକୂଳରେ ନିଜର ଜାଳ ଓ ଡଙ୍ଗାକୁ ସୁରକ୍ଷିତ ଭାବେ ରଖୁଥିବାର ଦେଖିବାକୁ ମିଳିଛି।