Odiapua.com

ବାତ୍ୟା “ଅସାନି” ମଧ୍ୟରେ ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସାମୁଦ୍ରିତ ଝଡ଼ “ଅସାନି” ତାଣ୍ଡବ ମଚାଉଛି। ଇତି ମଧ୍ୟରେ ସୋମବାର ସକାଳେ ଏଠାରେ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିଚ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୩ ରେକର୍ଡ କରାଯାଇଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୨୭୬ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଥିବା ଡିଜିଲିପୁର ନିକଟରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୧୫.୬୬ ଅକ୍ଷାଂଶ ଏବଂ ୯୨.୩୦ ଦ୍ରାଘିମା ୩୯ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପ କେନ୍ଦ୍ର ଅନୁଯାୟୀ ସୋମବାର ସକାଳ ୩.୨୫ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ନାହିଁ।