Odiapua.com

ବାତ୍ୟା ଅମ୍ଫାନ କ୍ଷୟକ୍ଷତିକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଧାମରା ଗସ୍ତ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ମାସରେ ବାତ୍ୟା ଅମ୍ପାନ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଧାମରା ଉପକୂଳ ଅଂଚଳରେ ମଧ୍ୟ ଏହି ବାତ୍ୟା ବହୁ ନଷ୍ଟ କରିଥିଲା । ଏହି ବାତ୍ୟା ପ୍ରକୋପରେ ଧାମରା,୮ପଂଚାୟତରେ ବହୁ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ବିଦ୍ୟୁତ ବିଭାଗର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ଏହି ସମସ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ଦାସ, ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଅଶୋକ ମଲିକ ,ଧାମରା ଅତିରିକ୍ତ ତହସିଲ ଅଫିସର ସୁପରଭାଇଜର ଦାଶରଥି ଦାସ, ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ ପ୍ରମୁଖଙ୍କୁ ନେଇ ଦୋସିଙ୍ଗା ପଂଚାୟତରେ ଏକ ବୈଠକ ଆଦୃତ ହୋଇଥିଲା । ଏହି ୮ପଂଚାୟତରେ ଲୋକ ମାନଙ୍କୁ ଦୁର୍ଦଶାକୁ ଦେଖି ସମସ୍ତ ଆକଳନ ଖୁବଶୀଘ୍ର ହେବା ଜରୁରୀ ବୋଲି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସ ଆଜି ସମସ୍ତ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ । ଏଥିସହ ପ୍ରବାସୀ ଶ୍ରମିକ ମାନଙ୍କୁ ଜୁନ ୧୫ ପର୍ଯ୍ୟନ୍ତ ସମସ୍ତ ପଂଚାୟତରେ ହେବାକୁ ଥିବା ମାଟି କାର୍ଯ୍ୟରେ ଶ୍ରମିକ ଭାବରେ ନିଯୁକ୍ତି ଦେବା ଜରୁରୀ ଏବଂ ଜୁନ ୧୫ ତାରିଖ ପରେ ମୌସୁମୀ ବାୟୁ ଆସିବା ପରେ ସମସ୍ତ ପଂଚାୟତରେ ହେବାକୁ ଥିବା ପକ୍କା ଘର ଏବଂ ପକ୍କା ରାସ୍ତା ରେ ମଧ୍ୟ ଏହି ଶ୍ରମକ ମାନଙ୍କୁ ଅଗ୍ରାଧିକାର ଭିତିରେ ବର୍ଷକୁ ୧ଶହ ଦିନ କାମ ଯୋଗାଇ ଦେବାକୁ ସେ ଆଜିର ବୈଠକରେ ଯୋଗ ଦେଇଥିବା ବ୍ଲକ କନିଷ୍‌ଯନ୍ତ୍ରୀ ଏବଂ ଭିଏଲଡ୍ୱଲୁ ମାନଙ୍କୁ ନିର୍ଦେଶ ଦେଇଥିଲେ ।

 

 

ଏହି କ୍ଷୟକ୍ଷତିର ଆକଳନ ସମୟରେ ଧାମରା ୮ପଂଚାୟତର ଜନ ପ୍ରତିନିଧି ମାନଙ୍କୁ ସଂପୂର୍ଣ ଭାବରେ ସହଯୋଗ କରିବା ଜରୁରୀ ବୋଲି ପ୍ରକଳ୍ପନିର୍ଦେଶକ ନିଜର ମତ ରଖିଥିଲେ । । ପ୍ରକଳ୍ପ ନିର୍ଦେଶକ ପୁନଶ୍ଚ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖି ଏହି ସମସ୍ତ ଆକଳନ କରାଯିବା ଜରୁରୀ ବୋଲି କଥାକୁ ଦୋହରାଇଥିବା ବେଳେ କୌଣସି ପଂଚାୟତରେ ଏହି ଆକଳନ ସମୟରେ ଯେପରି କୌଣସି ସାଧାରଣ ଲୋକ ଏହି କ୍ଷୟକ୍ଷତି ପାଇବାରେ ବଂଚିତ ନହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ ସମସ୍ତ ପଂଚାୟତ ଅଧିକାରୀ, ଜିଆରଏସ, ମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହ ବର୍ତମାନ ପରିସ୍ଥିତିରେ ବାଂଶଡା ପଂଚାୟତରେ ନିର୍ମାଣ ହୋଇଥିବା ଛେଡାକ ନୋଡାଲ ବିଦ୍ୟାଳୟ ପାଚେରୀର କାର୍ଯ୍ୟ ଠିକ ହୋଇ ନଥିବା କଥା ସେ ସଂପୃକ୍ତ ବ୍ଲକ କନିଷ୍ଠଯନ୍ତ୍ରୀଙ୍କୁ ତାଗିଦ କରିବା ସହ ଆଗାମୀ ଦିନରେ କୌଣସି କାର୍ଯ୍ୟରେ ଅନିୟମିତତା ହେଲେ ସଂପୃକ୍ତ ଅଧିକାରୀ ସଂପୂର୍ଣ ଭାବରେ ଦାୟୀ ରହିବେ ବୋଲି କହିଥିଲେ ।ପରେ ଏହି କ୍ଷୟକ୍ଷତିର ଆକଳନ ହେବା ପରେ ରାଜ୍ୟ ସରକାର ଖୁବଶୀଘ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ଜମାରାଶି ଦେବେ ବୋଲି କହିଥିଲେ ।