Odiapua.com

ବାତ୍ୟାରେ ଗୁରୁତର ବାଇକ ଆରୋହୀଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ, ସାହଯ୍ୟ ପାଇଁ ଆକୁଳ ନିବେଦନ

ହାଟଡିହି-୨୮/୫, ଗତ ୨୦ତାରିଖରେ ଛେନାପଦିଛକରୁ ନିଜ ଗ୍ରାମ ଗୋବିନ୍ଦପୁରାକୁ ଫେରୁଥିବାବେଳେ ଅମ୍ଫନ ବାତ୍ୟାର ପବନରେ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇ ଗୁରୁତର ଆହତ ହୋଇଥିବା ତ୍ରିଲୋଚନ ସାଙ୍କ ଅବସ୍ଥା ଏବେ ଶଙ୍କଟାପର୍ଣ୍ଣ ଅବସ୍ଥାରେ । ସେ ବର୍ତ୍ତମାନ ସମ ହସିପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ଚେତା ଫେରିନି । ଆବଶ୍ୟକ ଅର୍ଥ ନଥିବାରୁ ଚିକିତ୍ସାରେ ବିଳମ୍ବ ଘଟୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ପରିବାରର ୭ଜଣ ଲୋକଙ୍କ ବୋଝ ସେ ହିଁ ବୋହୁଥିଲେ । ଏବେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଥିବାବେଳେ ତ୍ରିଲୋଚନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ପାରୁ ନାହାନ୍ତି । ଡାକ୍ତରଖାନା କର୍ତ୍ତୁପକ୍ଷ ୭ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି କହୁଥିବାବେଳେ ଘରେ ତାଙ୍କର ଖାଇବାକୁ ଗଣ୍ଡେ ନାହିଁ କି ବିକିଭାଙ୍ଗି ବାକୁ ଜମିବାଡି ମଧ୍ୟ ନାହିଁ । ଏପରିସ୍ଥଳେ ମଠ ଗ୍ରାମର ଯୁବକ ମାନେ ଗାଁରୁ ଚାନ୍ଦା ଆଦାୟକରି କିଛି ଆର୍ôଥକ ସହାୟତା ଯୋଗାଇ ଦେଇଥିବାବେଳେ ଛେନାପଦିଛକ ବଉଳା ରୋଡର ବ୍ୟବସାୟୀ ମାନେ ମଧ୍ୟ କିଛି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏପରିସ୍ଥଳେ ସରକାର କିମ୍ବା କେହି ସ୍ୱେଚ୍ଛାସେବୀ ତାଙ୍କୁ ସହାୟତାର ହାତ ବଢ଼ାନ୍ତେ ତେବେ ତ୍ରିଲୋଚନ ସୁସ୍ଥ ହୋଇ ଫେରି ପାରନ୍ତା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।