Odiapua.com

ବାଣ ଫୁଟି ଅଘଟଣ

ଗଞ୍ଜାମ,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦର ଗାଁରେ ବାଣ ଫୁଟା ବେଳେ ଏକ ବିରାଟ ଅଘଟଣ ଘଟିଛି । ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ଓ ଆଉ ଜଣେ ଗୁରୁତର ହୋଇଛନ୍ତି ।  ତେବେ ମୃତକ ଜଣକ  ସୁମନ୍ତ ଦାସ ବୋଲି ଜଣାପଡିଛି। ଏହି ଘଟଣା ପରେ ସୁମନ୍ତ ଦାସଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆହତ ଜଣକ  ଶ୍ରଦ୍ଧେୟ ଦାସ ବୋଲି ଜଣାପଡିଛି ।