Odiapua.com

ବାଣିତିଆରେ ଅଗ୍ନିକାଣ୍ଡ : ଘର ସହ ଜଳିଗଲେ ମହିଳା, ଝିଅ ଗୁରୁତର

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ମହଲାସାହିରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିଯାଇଛି । ହି ଅଗ୍ନିକାଣ୍ଡରେ ଘର ମାଳିକ ପ୍ରଭାତ ବେହେରାଙ୍କ ପତ୍ନୀ ଭାରତୀ ଜିଅନ୍ତା ଜଳିଯାଇଥିବାବେଳେ ନାବାଳିକା ଝିଅ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ମିଳିଥିବା ସୂଚନା ଅନୁସାରେ ପ୍ରଭାତଙ୍କ ଘରେ ନିଆଁ ହଠାତ୍ ଲାଗିଯିବାରୁ ଘରେ ଥିବା ପ୍ରଭାତଙ୍କ ସ୍ତ୍ରୀ ଭାରତୀ ଓ ନାବାଳିକା ଝିଅ ବାହାରିପାରିନଥିଲେ । ଘର ଭିତରକୁ ଯିବା ଲାଗି ଗୋଟିଏ ପ୍ରବେଶ ପଥ ଥିବାରୁ ନିଆଁ ଧାସରେ ସ୍ଥାନୀୟ ଲୋକମାନେ ପଶିପାରିନଥିଲେ । ନିମିଷକେ ମା’ ଭାରତୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନାବାଳିକା ଝିଅକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାପଡିଛି । ପରେ ଦମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ପ୍ରଭାତଙ୍କ ସମେତ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାର ଖବର ପାଇ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲକୁ ଯାଇ ଗୁରୁତର ଝିଅର ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଥିବାବେଳେ ଆଜି ବିଜେପିର ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ ଓ କିଛି ବିଜେପି କର୍ମୀଙ୍କ ସହ ମେଡିକାଲରେ ପହଞ୍ôଚ ଗୁରୁତର ଝିଅର ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି ।