Odiapua.com

ବାଣିଜ୍ୟ ବିଭାଗର ପାଠ ଚକ୍ର

ବାଲିଗୁଡା,୭-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଏକ ପାଠଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଠୀ ସ୍ୱାଗତ ଭାଷଣ ଦେଇଥିଲେ।ପାଠଚକ୍ର ସମ୍ପାଦିକା ଛାତ୍ରୀ ହେନା ସ୍ୱାଇଁ “ବଜ଼ାର କ୍ଷେତ୍ରରେ ଇଣ୍ଟରନେଟର ବ୍ୟବହାର” ଲିଖିତ ସନ୍ଦରଭ ପାଠ କରିଥିଲେ। ତାଙ୍କୁ ବିଭାଗୀୟ ଅଧ୍ୟାପକ ଶ୍ରୀକାନ୍ତ କୁମାର ସାହୁ ରବି ନାରାୟଣ ଚୌଧୁରୀ, ସହଯୋଗ କରିଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ. ବିଭୁତି ଭୂଷଣ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ। ଦେଶର ବାଣିଜ୍ୟ କ୍ଷେତ୍ରରେ ବଜ଼ାରକୁ ବହୁଳ ମାତ୍ରାରେ ଇଣ୍ଟରନେଟ ର ବ୍ୟବହାର କିପରି ବୃଦ୍ଧି ପାଇବାରେ ଲାଗିଛି,ଏବଂ ଆଗକୁ ଆହୁରି କିପରି ବୃଦ୍ଧି ପାଇବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଦଣ୍ଡ ପାଣି ନାୟକ, ସୌମ୍ୟ ରଞ୍ଜନ ଚୌଧୁରୀ, ମୋନାଲିସା ପାଣିଗ୍ରାହୀ, ସ୍ମୁତିରେଖା ପ୍ରଧାନ, ପୂଜା ବିଶୋଇ, ଶୁଭସ୍ମିତା ପାତ୍ର, ସମୀକ୍ଷା ବେହେରା, ପ୍ରମୁଖ ଉପସ୍ଥିତ ରହି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅଧ୍ୟାପକ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।