Odiapua.com

ବାଣିଜ୍ୟିକ କେନ୍ଦ୍ରର ଶୁଭ ଅନୁକୂଳ

ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼-ଖଣ୍ଡପଡ଼ା ରୋଡ଼ର ବାହାଡ଼ାଝୋଲା ବଜାର ନିୟନ୍ତ୍ରିତ କମିଟି ଆନୁକୂଲ୍ୟରେ ବାଣିଜ୍ୟକ କେନ୍ଦ୍ରର ଶୁଭ ଅନୁକୂଳ ହୋଇଛି। ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଅନୁକୂଳ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡ.ଏନ୍.ତିରୁମାଳା ନାଏକ, ଏସପି ଶଶିଭୂଷଣ ଶତପଥୀ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନେତ୍ରାନନ୍ଦ ସାହୁ, ଜାନକୀ ବଲ୍ଲଭ ଜେନା ପ୍ରମୁଖ ଉପସ୍ଥିତ ଥିଲେ।