Odiapua.com

ବାଣରେ ନିଆଁ ଲଗାଇବା ସମୟରେ ବାଣ ଫୁଟି ଶିଶୁ ଗୁରୁତର

ଭଦ୍ରକ,୨୭/୧୦,(ଓଡ଼ିଆ ପୁଅ ପି ନାୟକ):ଦୀପାବଳିରେ ପୁଣି ଆଉ ଏକ ଅଘଟଣ ସାମ୍ନାକୁ ଆସିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଗ୍ରାମରେ ମୋହନ ଚନ୍ଦ୍ର ମଲ୍ଲୀକ ନାମକ ଜଣେ ବ୍ୟକ୍ତି ନିଜ ଘରେ ପିଲାଙ୍କ ସହ ବାଣ ଫୁଟାଉଥିବା ସମୟରେ ଏକ ଅଘଟଣ ଘଟିଛି । ତେବେ ତାଙ୍କର ତିନି ବର୍ଷର ଶିଶୁ ପୁତ୍ର ଘରେ ଥିବା ବାଣ ଆଣି ନିଆଁ ଲଗାଉଥିବା ସମୟରେ ଫୁଟି ଯାଇଥିଲା । ଫଳରେ ଶିଶୁଟିର ହାତର ତିନିଟି ଆଙ୍ଗୁଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ପରେ ପରିବାର ଲୋକେ ଶିଶୁଟିକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଏବେ ଶିଶୁଟିକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।