Odiapua.com

ବାଟାଗୁଡାରେ ଆଇନ ସଚେତନତା ଶିବିର

ବାଲିଗୁଡା,୩୦-୯.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାଟାଗୁଡା ଠାରେ ଶାନ୍ତିମୈତ୍ରୀ ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ପଟ୍ଟନାୟକ, ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ, ଶାନ୍ତିମୈତ୍ରୀ ର ସମ୍ପାଦକ ଭଗବାନ ଜେନା, ଶିକ୍ଷା ନିକେତନ ର ସଭାପତି ରାଜ କିଶୋର ପାଢ଼ୀ, ପ୍ରମୁଖ ଯୋଗ ଦେଇ ଗରିବ ଜନସାଧାରଣ ମାନେ ମାଗଣାରେ ଆଇନର ସହାୟତା କିପରି ସୁବିଧାରେ ପାଇପାରିବେ ସେନେଇ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ଜେନା ଏହି ଶିବିରର ମୂଳ ଲକ୍ଷ୍ୟ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ।