Odiapua.com

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡା ୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଜୋତାସିଲାଇ କରୁଥିବା ଦଳିତ ବର୍ଗର ଲୋକମାନଙ୍କୁ ଏବଂ ଗରାପୁରସ୍ଥିତ ହନୁମାନ ମନ୍ଦିର ସନ୍ନିକଟରେ ଥିବା ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା ଓ ଅଟା ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ଗୋଲକ ଚନ୍ଦ୍ର ପଢିହାରୀ, ନଳିନୀବିହାରୀ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ଏହି ଶୁଖିଲା ଖାଦ୍ୟ ବୀତରଣ କରିଥିଲେ। ଆଗାମି ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବସ୍ତି ଅଂଚଳରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଅଭିଜ୍ଞ ବିଶେଷଜ୍ଞ ତଥା ଟ୍ରଷ୍ଟର ଉପଦେଷ୍ଟା ଡା.ଅଲେଖ ଚନ୍ଦ୍ର ଦାସଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।