Odiapua.com

ବାଜପେୟୀ ଜୟନ୍ତୀ ସହ ସୁଶାସନ ଦିବସ ପାଳନ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ବାରିକପୁର କଲେଜ ପରିସରରେ ଶୁକ୍ରବାର ବାଜପେୟୀଙ୍କ ୯୬ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ‘ସୁଶାସନ ଦିବସ’ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଜପେୟୀଙ୍କ ସ୍ମୃତି କମିଟିର ସାଧାରଣ ସମ୍ପାଦକ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ବାରିକପୁର କଲେଜ ପରିସରରେ ଅନୁଷ୍ଠିତ ଉତ୍ସବକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଉଦଘାଟନ କରି ବାଜପେୟୀଙ୍କ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ‘ଅଞ୍ଜଳି’ର ସମ୍ପାଦକ ପ୍ରକାଶ ମହାପାତ୍ର ଯୋଗଦେଇ ବାଜପେୟୀଙ୍କ ଜୀବନୀ, ସାହିତ୍ୟ ଓ ରାଜନୈତିକ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥି ବକ୍ତା ଭାବେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ସବ୍ୟବ୍ରତ ଦାସ, ଶ୍ରୀବତ୍ସକର ଶର୍ମା, ପୂର୍ଣ୍ଣଚନ୍ଦ୍ର ଖିଲାର, ମହିଳାମୋର୍ଚ୍ଚା ସଭାନେତ୍ରୀ ତପସ୍ୱନୀ ମହାପାତ୍ର, ଆଇନଜୀବି ବନମାଳୀ ଜେନା ଉଦବୋଧନ ଦେଇ ବାଜପେୟୀଙ୍କ ଗୁଣାବଳୀ ବର୍ଣ୍ଣନା କରି ସ୍ମୃତିଚାରଣ କରିଥିଲେ । ସରପଞ୍ଚ ଜଗବନ୍ଧୁ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ଜୟସ୍ମୀତା ଗୋଚ୍ଛାୟତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷାବିତ ଶ୍ରୀବତ୍ସ କରଶର୍ମା, ପୂର୍ଣ୍ଣର୍ଚନ୍ଦ୍ର ସାହୁ ଓ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥବରେ ବିଜେପିର ବିଭିନ୍ନ ସାଙ୍ଗଠନିକ ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ଖଗେଶ୍ୱର ବେହେରା, ନବକିଶୋର ବଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୁକ୍ମଣୀ ଦାସ, ଅକ୍ଷୟ ମହାନ୍ତି, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଉଭୟ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବି ଓ ଯୁବକମାନେ ଉତ୍ସବରେ ଯୋଗଦେଇଥିଲେ ।