Odiapua.com

ବାଜପେୟୀ ଜୟନ୍ତୀରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜୟନ୍ତୀ ପାଳନ ଅବସରରେ ଆଜି ବାରିକପୁର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଉଦଘାଟନ କରି ରକ୍ତଦାତାମାନଙ୍କୁ ମହତ ଦାନ ଦେଇ ଅନ୍ୟର ଜୀବନ ସୁରକ୍ଷା ପାଇଁ ସହାୟକ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ । ଭଦ୍ରକ ବ୍ଲଡବ୍ୟାଙ୍କ ପକ୍ଷରୁ ଡାକ୍ତର ବିମଳା ମିଶ୍ର, କର୍ମଚାରୀ ଓ ଟେକ୍ନିସିଆନ ମଧୁସୂଦନ ବେହେରା, ରତିକାନ୍ତ ବଳ, ସୁଧାଂଶୁ ସେଠୀ, ରଘୁନାଥ ପଣ୍ଡା, ବଳରାମ ପୁହାଣ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ୫୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଓ ବାଜପେୟୀ ଫଟୋଚିତ୍ର ପ୍ରଦାନ କରାଯାଇ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରବିନାରାୟଣ ସାହୁ, ସରପଞ୍ଚ କମଳକୁମାର ନନ୍ଦ, ଜଗବନ୍ଧୁ ଦାସ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୁଶାନ୍ତ ମହାପାତ୍ର, ମର୍ଡଳ ସଭାପତି ଗିରିଶ ସାମଲ, ତପନ ବାରିକ, ସୌମ୍ୟ ନାୟକ, ରାଜେଶ ସାମଲ, ସ୍ୱରାଜ ମହାପାତ୍ର, ମନୋଜ ବିଶ୍ୱାଳ, ତପସ୍ୱନୀ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ, ସୁବାସ ପାତ୍ର, ଖଗେଶ୍ୱର ବେହରା, ଶିବାନନ୍ଦ ସାହୁ, ଅଶୋକ ବେହେରା, ପ୍ରତୀକ ଗୋଚ୍ଛାୟତ, ପୀତବାସ ପଣ୍ଡା, ପ୍ରବୀଣ ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅଟଳବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମ୍ୟାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।