Odiapua.com

ବାଜପେୟୀଙ୍କ ସ୍ମୃତି ସଭା ନିମନ୍ତେ ନଗର ନିମନ୍ତ୍ରଣ

ଖୋର୍ଦ୍ଧା୨୨,ଅଗଷ୍ଟ:ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉତ୍ତରାୟଣୀ କ୍ଳବ ଠାରେ ଆସନ୍ତା ୨୬ ତାରିଖରେ ଏକ ସ୍ମୃତି ସଭା,ଶ୍ରଦ୍ଧା ଅର୍ପଣ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ବିଜେପି ନେତା ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଜଟଣୀ ନଗର ପରିକ୍ରମା କରାଯାଇ ସ୍ମୃତି ସଭାରେ ଉପସ୍ଥିତ ରହିବାକୁ ଜନ ସାଧାରଣଙ୍କୁ ନିମନ୍ତ୍ରଣ ତଥା ନିବେଦନ କରାଯାଇଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକଙ୍କ ସମେତ ଶରତ କୁମାର ମହାନ୍ତି,ଜୟ ପ୍ରକାଶ ତ୍ରିବେଦୀ,ରାଜେଶ କୁମାର ମହାପାତ୍ର,ମନୋଜ କୁମାର ଭୂୟାଁ,କ୍ରିଷ୍ଣା ସାମନ୍ତରାୟ,ସୁଧୀର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଜଟଣୀ ନଗର ପରିକ୍ରମା କରି ସ୍ମୃତି ସଭାରେ ରହିବାକୁ ଜନ ସାଧାରଣଙ୍କୁ ନିମନ୍ତ୍ରଣ ତଥା ନିବେଦନ କରିଥିଲେ।