ହାଟଡ଼ିହି,୨୨ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ବାଙ୍ଗୋର ଖାଦାନ ହାଟଠାରେ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ହାଟପିଣ୍ଡି ନିର୍ମାଣ କରାଯାଇଥିବାବେଳେ ଏବେ କିଛି ବ୍ୟକ୍ତି ତାକୁ ଜବରଦଖଲ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ହାଟପିଣ୍ଡିରେ ବସି ଅନେକ ଆଦିବାସୀ ଲୋକ ଏଠାରେ ବେପାର କରୁଥିବା ବେଳେ କିଛି ବ୍ୟକ୍ତି ଏବେ ସେହି ହାଟପିଣ୍ଡି ଉପରେ ଇଟାପକାଇ ତାହାକୁ କାନ୍ଥି ଉଠାଇବାକୁ ଯୋଜନା କରୁଥିବାରୁ ଅନେକ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି । ସେମାନେ ପୁର୍ବରୁ ଏହି ସ୍ଥାନରେ ଦୋକାନ କରିଥିବାରୁ େଏହା ସେମାନଙ୍କ ଯାଗା ବୋଲି କହି ଜବରଦଖଲ କରିବାକୁ ଚେଷ୍ଟା କରୁଥିବାରୁ ଏହାକୁନେଇ ସେଠାରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଚନ୍ତି ।