ହାଟଡ଼ିହି-୧୯/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବାଙ୍ଗୋର ଠାରେ ଥିବା ପଶୁ ଚିକିତ୍ସାକେନ୍ଦ୍ରକୁ ପଶୁଧନ ନିରୀକ୍ଷକ ଆସୁ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଶୁ ସହାୟକ କେନ୍ଦ୍ର ଉପରେ ବାଙ୍ଗୋର, ଧନୁର୍ଜୟପୁର ଓ ବାଲିବରେଇ ପଞ୍ଚାୟତର ଲୋକମାନେ ସେମାନଙ୍କ ଗୋରୁ, ଗାଈ, ଛେଳି, ମେଣ୍ଢାଙ୍କ ଚିକିତ୍ସା କରାଇବାକୁ ଥିବାବେଳେ ଏଠାରେ ନିଯୁକ୍ତି ପାଇଥିବା ପଶୁଧନ ନିରୀକ୍ଷକ ଆଦୌ ଆସୁ ନଥିବାରୁ ଲୋକମାନେ ପଶୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଆଜି ସାଳନ୍ଦୀ ବିହାରର ଚୈତନ ନାଇକ ନାମକ ଜଣେ ବ୍ୟକ୍ତି ତାଙ୍କ ଛେଳିଟିକୁ ଚିକିତ୍ସା ପାଇଁ ସକାଳୁ ସହାୟକ କେନ୍ଦ୍ରକୁ ନେଇ ଯାଇଥିବାବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପଶୁଧନ ନିରୀକ୍ଷକ ଜଣକ ନଆସିବାରୁ ବାଧ୍ୟହୋଇ ଅସୁସ୍ଥ ଛେଳିକୁ ଧରି ଘରକୁ ଫେରି ଆସିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।