Odiapua.com

ବାଙ୍ଗୋର ଅଞ୍ଚଳରୁ ରାତିରେ ଚାଲିଛି ଚୋରା ଲଘୁ ଖଣିଜ ପରିବହନ

ହାଟଡିହି-୨୬/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ତହସିଲ ଅଧିନସ୍ଥ ବାଙ୍ଗୋର ଓଏମସି ଡମ୍ପରୁ ନିୟମିତ ରାତିରେ ଲଘୁ ଖଣିଜ ପଦାର୍ଥ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି । ପୁର୍ବରୁ ଓଏମସି ଖୋଳିଥିବା ତାର ବର୍ଯ୍ୟବସ୍ତୁକୁ ଏହି ଡମ୍ପରେ ଗଚ୍ଛିତ ରଖିଥିବାବେଳେ ଏବେ କିଛି ମାଫିଆ ନିୟମିତ ରାତିରେ ଏହାକୁ ପରିବହନ କରି ମୋଟା ଅଙ୍କର ଲାଭବାନ ହେଉଛନ୍ତି । ଏବେ ତହସିଲ ଅଧିନରେ କୌଣସି ମୋରମ ମେଣ୍ଟାଲ ଖଣି ନଥିବାବେଳେ କିଛି ମାଫିଆ ସନ୍ଧ୍ୟାହେଲେ ଜେସିବି ମେସିନି ସାହାଯ୍ୟରେ ଖୋଳି ଡମ୍ପର ସାହାଯ୍ୟରେ ମେଣ୍ଟାଲ ପଥର ଓ ମୋରମ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ମାଫିଆ ମାନେ ସୁରକ୍ଷିତ ଭାବେ ଏହି ଚୋରା କାରବାର କରିବାପାଇଁ ସେମାନଙ୍କ କିଛି ଗୁଣ୍ଡାଙ୍କୁ ବିଭିନ୍ନ ଛକ ବଜାର ଓ ରାସ୍ତା ମାନଙ୍କରେ ମୃତୟନ କରୁଛନ୍ତି । ଯେପରି କେହି ଗାଡିକୁ ଅଟକାଇ ନପାରେ । ଏନେଇ ଗତକାଲି କିଛି ସ୍ଥାନୀୟ ଯୁବକ ଅତି ଗୋପନୀୟ ଭାବେ ଏହାର ଭିଡିଓ କରି ଭାଇରାଲ କରିବା ସହିତ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ନଥିଲା । ତେଣୁ ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ସଚେତନ ନାଗରିକ ଓ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।