Odiapua.com

ବାଙ୍ଗାଲୋରରେ ମୃତ୍ୟୁବରଣ କରିଥିବା ଦୀପକଙ୍କ ପରିବାରକୁ ସନ୍ଥ ରାମପାଲଜୀ ମହାରାଜଙ୍କ ସହାୟତା

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜିର ଆଧୁନିକ ସମାଜ ବିଜ୍ଞାନ, ପ୍ରଯୁକ୍ତି, ଯୋଗାଯୋଗ ଓ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି କରିଥିଲେ ମଧ୍ୟ ମଣିଷର ସବୁଠାରୁ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ଶିକ୍ଷା, ଚିକିତ୍ସା ଓ ବାସଗୃହ ପୂରଣ କରିବା ଏପର୍ଯ୍ୟନ୍ତ ସମସ୍ୟା ହୋଇ ରହିଛି। ବିଶେଷକରି ଖାଦ୍ୟ ଅଭାବ ଏମିତି ଏକ ସମସ୍ୟା, ଯାହା ଆଜି ମଧ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତିରେ ସନ୍ଥ ରାମପାଲ ଜୀ ମହାରାଜଙ୍କ ଅନ୍ନପୂର୍ଣ୍ଣା ମୁହିମ ଏକ ମାନବିକ, ସମାଜ ସେବାମୂଳକ ଓ ଆଦର୍ଶ ଉଦ୍ୟମ ଭାବରେ ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତ ରେ ଗତ ବର୍ଷ ୨୦୨୫ ମସିହା ଡିସେମ୍ବର ତା ୧୨ ରିଖ ରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ସୁରେନ୍ଦ୍ର ବାରିକ ଙ୍କ ପୁଅ ଦୀପକବାରିକ (୩୨ )ତେଲେଙ୍ଗାନା ରେ ଦାଦନ ଖଟିବାକୁ ଯାଇଥଲେ । ଘରେ ତାଙ୍କ ଅନ୍ଧ ବାପ ରୋଗିଣା ମା ଓ ଧର୍ମ ପତ୍ନୀ ଅଛନ୍ତି। ଦୀପକ ଙ୍କ ବିବାହ ମାତ୍ର ୯ ମାସ ହେବ। ଏବେ ତାଙ୍କ ସ୍ତ୍ରୀ ଅନ୍ତସତା. ଦୀପକ କେବେଳ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ପରିବାର ତାଙ୍କ ଉପରେ ନିର୍ଭର ଥିଲା । ଦୀପକ ତେଲେଙ୍ଗାନାର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଥିଲେ। ହଠାତ ଦୀପକ ଙ୍କ ଦେହାନ୍ତ ଖବର ଶୁଣି ପୁରା ଅଂଚଳ ରେ ଶୋକାକୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହି ଖବର ଟି ଗଣମାଧ୍ୟମ ରେ ପ୍ରଚାର ପ୍ରସାର ଦେଖି ସନ୍ଥ ରାମପାଲ ମହାରାଜ ଜି ଙ୍କ ନିକଟରେ ପହଂଚି ଥିଲା ଯାହାକୁ ନେଇ ସନ୍ଥ ରାମପାଲ ମହାରାଜ ଙ୍କ ଏକ ଟିମ ଆସି ଦୀପକ ଙ୍କ ବାସଭବନ ନିକଟରେ ପହଂଚି ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଦୀପକ ଙ୍କ ପରିବାର ରେ ରୋଜଗାର ସକ୍ଷମ ହୋଇନଥିବେ ସେତେ ଦିନ ପର୍ଯ୍ୟନ୍ତ ସନ୍ଥ ରାମପାଲ ମହାରାଜ ଜି ଙ୍କ ଅର୍ଣ୍ଣପୂର୍ଣ୍ଣା ମୁହିମ ତାଙ୍କର ରାସନ ସାମଗ୍ରୀ ଦାଇତ୍ୱ ବହନ କରିବେ । ଅନ୍ନପୂର୍ଣ୍ଣା ମୁହିମର ଲକ୍ଷ୍ୟ ଓ ଦୃଷ୍ଟିକୋଣ ଅନ୍ନପୂର୍ଣ୍ଣା ମୁହିମ କେବଳ ଖାଦ୍ୟ ବଂଟନରେ ସୀମିତ ନୁହେଁ, ଏହା ଏକ ବିଶାଳ ସମାଜ ସୁଧାର ଆନ୍ଦୋଳନ, ଯେଉଁଠି ଭୋକିଲା ମୁକ୍ତ ସମାଜ ଗଢ଼ିବାର ସ୍ୱପ୍ନ ଦେଖାଯାଏ। ଜାତି, ଧର୍ମ, ଧନୀ-ଗରିବ ଭେଦଭାବ ବିନା ସେବା କରାଯାଏ। ମାନବିକତା ଓ ସହାନୁଭୂତିକୁ ପ୍ରାଥମିକତା ଦିଆଯାଏ। ସନ୍ଥ ରାମପାଲ ଜୀ ମହାରାଜଙ୍କ ଆଦେଶ ଓ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ଭାରତ ବର୍ଷରେ ଗରୀବ, ଅସହାୟ ପରିବାରଙ୍କୁ, ଯେଉଁମାନେ କୌଣସି କାରଣବଶତଃ ଉପାର୍ଜନ କରିବାରେ ଅସମର୍ଥ ସେଭଳି ପରିବାରଙ୍କୁ ପ୍ରତିମାସ ନିଶୁଳ୍କ ରାସନ ସାମଗ୍ରୀ, ଯଦି ଘରେ ଛୋଟ ଶିଶୁ ଥିବେ ତାଙ୍କର ଶିକ୍ଷା ବ୍ୟବସ୍ଥା ଓ ବସ୍ତ୍ର, ଘରେ ଯଦି କେହି ରୋଗିଣା ଥିବେ ତାଙ୍କୁ ଉତମ ଚିକିତ୍ସା ଏବଂ ଯଦି ରହିବା ପାଇଁ ଘର ନଥିବ ତାଙ୍କୁ ‘ଆବାସ’ ମଧ୍ୟ ଯୋଗାଇ ଦିଆଯାଉଛି। ଆଜିର ସମୟରେ ସମଗ୍ର ଭାରତ ବର୍ଷରେ ସହସ୍ରାଧିକ ପରିବାର ଏହା ଦ୍ୱାରା ଆଜି ଲାଭାନ୍ୱିତ ହୋଇଛନ୍ତି।