Odiapua.com

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଗ୍ରାମରେ ଶୋକାକୂଳ ପରିସ୍ଥିତି

ନୟାଗଡ଼ ୦୯/୦୪ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ)- ଜଣେ ଓଡ଼ିଆ ଶ୍ରମିକଙ୍କ ବାଙ୍ଗାଲୋର ରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାଜୂଳ ପରିସ୍ଥିତି ଦେଖାଦେଇଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ବଡକୁସୁମୀ (ହଳଦିଆପାଟଣା) ଗାଁ ର ବାଉରୀ ବେହେରାଙ୍କ ପୁଅ ରତ୍ନାକର ବେହେରା (୫୧) ବାଙ୍ଗାଲୋର ନାଗୁଆର ରୋଡ୍ କୁ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ। ସେ ରଣପୁର ଥାନା ଲତାର ଗ୍ରାମ ଅଚ୍ୟୁତ ବେହେରାଙ୍କ ଜ୍ୱାଇଁ। ତାଙ୍କର ୨ ଟି ଝିଅ ଓ ଗୋଟିଏ ପୁଅ ପରିବାର ଲତାର ରେ ରହୁଥିଲେ। ଗତ ଏପ୍ରିଲ ୮ ତାରିଖ ରାତି ରେ କାମ କରି ବସାରେ ଶୋଇଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।

ଖବର ପାଇଁ ବାଙ୍ଗାଲୋର ସାମ୍ପିଗେହଲି ଥାନା ନିରୀକ୍ଷକ ଘଟଣାସ୍ଥଳ ରେ ପହଂଚି ଶବ ଜବତ କରିଥିଲେ। ଭିମରାଓ ଆମ୍ବେଦକର ମେଡିକାଲ୍ କଲେଜ ରେ ଶବ ବ୍ୟବଛେଦ କରି ମୃତ ରତ୍ନାକର ର ପୁତୁରା ପ୍ରତାପ କୁମାର ବେହେରା ଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ମୃତ ରତ୍ନାକରଙ୍କ ଶବ ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବଡକୁସୁମୀ (ହଳଦିଆ ପାଟଣା ) କୁ ଆସିଥିବା ଜଣାପଡିଛି। ରତ୍ନାକର ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି। ଖବର ପାଇ ପରିବାର ବର୍ଗ ଭାଙ୍ଗି ପଡିଥିବା ବେଳେ ଲତାର ଗ୍ରାମବାସୀ ଓ ହଳଦିଆ ପାଟଣା ଗ୍ରାମବାସୀ ଙ୍କ ମଧ୍ୟରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖା ଦେଇଛି।