ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କମୁହାଁ ଗ୍ରାମ ଠାରେ ପବିତ୍ର ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଜୀଙ୍କ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ମହା ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ଣ୍ଣାହୂତି, ସୁନ୍ଦରକାଣ୍ଡ ପାଠ ଓ ଭୁବନେଶ୍ୱରର ଦିବ୍ୟାଙ୍ଗ କଳାକାରମାନଙ୍କ ଭଜନ ସମାରୋହ ଆୟୋଜିତ ହୋଇଥିବାରୁ ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକତାରେ ଭରିଯାଇଥିଲା। ଏହି ପବିତ୍ର ଉତ୍ସବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସହ ଯୁବନେତା ବିକାଶ ଶ୍ରେଷ୍ଠା ଓ ଅନେକ ଶ୍ରଦ୍ଧାଳୁ ବୃନ୍ଦ ଉପସ୍ଥିତ ହୋଇ ଶ୍ରୀ ହନୁମାନ ଜୀଙ୍କ ଚରଣରେ ପୂଜା ଅର୍ଚ୍ଚନା କରିଥିଲେ। ସମସ୍ତେ ମିଶି ଦେଶ ଓ ସମାଜର ମଙ୍ଗଳ ସହ ଜଗତର ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ପବିତ୍ର ଭକ୍ତି, ଆସ୍ଥା ଓ ଏକତାର ଏହି ସୁନ୍ଦର ସମାଗମ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ମନରେ ନୂତନ ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିଥିଲା।