Odiapua.com

ବାଘ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୁଳ, ୩୦/୦୯, (ଓଡ଼ିଆ ପୁଅ ପି ନାଏକ): ଅନୁଗୁଳରେ ଏକ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ଅନ୍ତୁଳିୟାର କୁପୁରୁଟାପ ଗ୍ରାମରେ ଜଣକୁ କଲରାପତରିଆ ବାଘ ଆକ୍ରମଣ କରିଥିଲା। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୁରୁତର ଜଣକ ହେଲେ ଅନ୍ତୁଳିୟା ଗ୍ରାମର ଚିତରଞ୍ଜନ ଦଳବେହେରା। ଚିତରଞ୍ଜନଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବାରୁ ତାଙ୍କ ସ୍ତ୍ରୀ ଚିତରଞ୍ଜନଙ୍କ ଦେହ ଭଲ ହେବା ପର୍ଯ୍ୟନ୍ତ ବନବିଭାଗ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି। ଚିତରଞ୍ଜନ ହେଉଛନ୍ତି ସେହି ପରିବାରର ଜଣେ ମାତ୍ର ରୋଜଗାରିଆ ଲୋକ। ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।