Odiapua.com

ବାଘୁଆ ଗାଁରେ ରାଧାକୃଷ୍ଣଜୀଉଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କଳଲା ଶୋଭାଯାତ୍ରା

ହାଟଡ଼ିହି-୨୬/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବାଘୁଆ ଗାଁରେ ରାଧାକୃଷ୍ଣଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଓ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଆଜି କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବପାଇଁ ଆଜି ମଧ୍ୟାହ୍ନରେ ସାଳନ୍ଦୀ ନଦୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ନରେନ୍ଦ୍ର କୁମାର ନାୟକ, ମନମୋହନ ରାଉତ, ସୁଶାନ୍ତ କୁମାର ରାଉତ, ଲକ୍ଷ୍ମୀକାନ୍ତ ମହାନ୍ତି, ସୁବାଶ ଚନ୍ଦ୍ର ବାରିକ, ସନାତନ ଦାସ, ପଞ୍ଚାନନ ରାଉତ, ବଟକୃଷ୍ଣ ମୁଦୁଲି, ବିବେକାନନ୍ଦ ମହାନ୍ତି, ଶୁକଦେବ ନାଇକ, ଚଗୁଲୁ ରାଉତ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ଅଶୋକ ଆଚାର୍ଯ୍ୟ ଓ ତାଙ୍କ ସହକର୍ମୀମାନେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ନରହରି ରାଉତ, ଜୟନ୍ତ ରାଉତ, ରବିନ୍ଦ୍ର ଲେଙ୍କା, ଚିନ୍ତାମଣି ମହାନ୍ତି, ଆନନ୍ଦ ଦାସ, କରୁଣାକର ପହି, ନାରାୟଣ ରାଉତ, ବାବାଜି ଲେଙ୍କା, ଦୁର୍ଯ୍ୟୋଧନ ରାଉତ, ବୈଲୋଚନ ଆୟଚଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଆସନ୍ତା ରବିବାର ଦିନ ଏହାର ପୁର୍ଣ୍ଣାହୁତୀ ପ୍ରଦାନ କରିବାର ନିର୍ଘଣ୍ଟ ସ୍ଥିର ହୋଇଛି । ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ଜଣାଯାଇଛି ।