Odiapua.com

ବାଉଁଶଗଡ଼ ଉଚ୍ଚ ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ

ନୟାଗଡ଼ ୦୬/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଆଗାମୀ ପିଢି ମହାପୁରୁଷମାନଙ୍କୁ ମନେ ପକାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଦ୍ୟାଳୟମାନଙ୍କରେ ତାଙ୍କ ପ୍ରତିମୂର୍ତ୍ତି ବସାଯାଉଅଛି। ସେହିଭଳି ଭାବରେ ରଣପୁର ବ୍ଲକ ବାଉଁଶଗଡ଼ ଉଚ୍ଚ ବିଦ୍ୟାଳୟରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସେପ୍ଟେମ୍ବର ୩ ତାରିଖ ଅନାବରଣ କରାଯାଇଥିବା ଜଣାପଡ଼ିଛି। ପ୍ରତିମୂର୍ତ୍ତି ମଧ୍ୟରେ ରହିଛି ପୂର୍ବତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୈାରବ ମଧୂସୁଦନ ଦାସ ଓ ସମାଜ ସେବୀ ୰ ହରେକୃଷ୍ଣ ବୈରିଗଞ୍ଜନ ସିଂହ।

ଏହି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଉମା ବଲ୍ଳଭ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ରାଧାକାନ୍ତ ଦାଶ, ବାସୁଦେବ ମହାପାତ୍ର, ପ୍ରଭାତ କୁମାର ଦଳବେହେରା, ପରିଚାଳନା କମିଟି ସଭାପତି ଶତ୍ରୃଘ୍ନ ପ୍ରଧାନ, ପ୍ରସନ୍ନ କୁମାର ରଥ ଓ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।