Odiapua.com

ବାଇଧର ମଲ୍ଲିକଙ୍କ ସ୍ମୃତିସଭା

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଚାନ୍ଦବାଲି ଆଂଚଳିକ କମିଟିର ସଭ୍ୟ ତଥା ଚାଷୀ ଓ ଶ୍ରମିକ ଆନ୍ଦୋଳନର କର୍ଣ୍ଣଧାର ବାଇଧର ମଲ୍ଲିକଙ୍କ ଦେହାନ୍ତ ଜନିତ ସ୍ମୃତିସଭା ତାଙ୍କର ଶଶିକାଦେଇପୁର (ଲେନିନ ନଗର) ଠାରେ ଅନୁଷ୍ଠିତ ହୋଇଯାଇଛି । ମଳୟ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସିପିଆଇ(ଏମ୍‌) ରାଜ୍ୟ ନେତା ସନ୍ତୋଷ ଦାସ, ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ବାସନ୍ତୀ ମଲ୍ଲିକ, ଅଭିରାମ ବଳ, ମହିଳା ନେତ୍ରୀ କାମିନୀ ଭୋଇ, ବ୍ରହ୍ମାନନ୍ଦ ପରିଡା, କୃଷକ ନେତା ଗୌରାଙ୍ଗ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମଲ୍ଲିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।