Odiapua.com

ବାଇକ ଯୋଗେ ମୃତ ଶ୍ରମିକଙ୍କ ଶବ ନେଇ ଘରେ ପହଁଚିଲେ ସମ୍ପର୍କୀୟ

ବଲାଙ୍ଗୀର ୧୭ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ର ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ଟ୍ରାକ୍ଟରରେ ବାଲି ଆଣିବାକୁ ଯାଇ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଟିକ୍ରାପଡ଼ା ଗ୍ରାମ ନିକଟସ୍ଥ ଲାନ୍ଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଶ୍ରମିକ ବାଲି ଆଣିବାକୁ ଯାଇଥିଲେ। ଉକ୍ତ ସମୟରେ ମୃତ ଶ୍ରମିକ କିଛି ଦୂରକୁ ପାଣି ପିଇବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ କେମିତି ଘଟିଲା ତାହା ଜାଣି ନ ଥିବା ଅନ୍ୟ ଶ୍ରମିକ ପ୍ରକାଶ କରିଛନ୍ତି। ମୃତ ଶ୍ରମିକଙ୍କ ସମ୍ପର୍କୀୟ ଲୋକେ ମୃତ୍ୟୁ ଘଟିଥିବା ଜାଣି ଏକ ବାଇକ ଯୋଗେ ନିଜ ଘରକୁ ନେଇଯାଇଥିଲେ। ତାଙ୍କର ପରିଚୟ ସଠିକ ଭାବେ ମିଳି ପାରି ନ ଥିବା ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଯୋଗାଯୋଗ କରିବାରୁ ଏପରି କୌଣସି ଖବର କିମ୍ବା ସୂଚନା ନ ଥିବା ଜଣାଇଛନ୍ତି। କେଉଁ କାରଣରୁ କିଭଳି ତାଙ୍କ ମୃତ୍ୟୁ ଘଟିଛି ସେ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି।