Odiapua.com

ବାଇକ ଦୁର୍ଘଟଣାରେ ମହିଳା ମୃତ

ଭଦ୍ରକ, ୨୪-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଇଥଖୋଲା ଗ୍ରାମପଂଚାୟତ ପୂର୍ଣପ୍ରସାଦ ଠାରେ ଏକ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ପ୍ରକାଶ କନକପ୍ରସାଦ ଗ୍ରାମର ଛବିରାଣୀ ମଣ୍ଡଳ (୫୫) ଧାମରା-ବାସୁଦେବପୁର ରାସ୍ତାର ପୂର୍ଣପ୍ରସାଦ ଛକ ଉପରେ ଛିଡା ହୋଇଥିବା ବେଳେ କରଞ୍ଜମାଳ ଆଡୁ ଆସୁଥିବା ଏକ ବାଇକ ନିଜର ନିୟନ୍ତ୍ରଣ ହରାଇ ଉକ୍ତ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ସଂପୃକ୍ତ ମହିଳା ଜଣକ ରାସ୍ତା ଉପରେ ପଡିଯାଇଥିଲେ ଏବଂ ମୁଣ୍ଡ ମାଡ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଉକ୍ତ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ହେବାରୁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା ବୋଲି ମହିଳାଙ୍କ ସମ୍ପକୀୟାଙ୍କ ନିକଟରୁ ପ୍ରକାଶ।ଏ ନେଇ ଧାମରା ଥାନରେ ଏକ ମକଦମା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଜଣାଯାଇଛି।