Odiapua.com

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

ମାଲକାନଗିରି,୩ା୨ (ଓଡିଆ ପୁଅ) ମାଲକାନଗିରି ଜୟପୁର ମୁଖ୍ୟରାଜପଥ ଝାଟିଗୁଡା ଘାଟିରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହେବାସହ ଅନ୍ୟଜଣେ ଆହତ ହୋଇଥିବାର ଜଣାପଡିଛି । ମାଲକାନଗିରି ବ୍ଲକ ମାର୍କାପାଲି ପଚାଂୟତସ୍ଥ ମଲାଲିଗୁଡା ଗ୍ରାମର ଗଙ୍ଗାମାଡକାମି(୨୭) ଓ ଗୁରୁଖିଲ(୨୬) ଦୁଇସାଙ୍ଗ ନିଜ ଗାଁରୁ ଏକ ବାଇକ ଯୋଗେ ମାଲକାନଗିରି କୁ କୌଣସି ଏକ କାମରେ ଯାଉଥିଲେ । ପାଣ୍ଡ୍ରୀପାଣି ଝାଟିଗୁଡା ଘାଟିରାସ୍ତାରେ ଆଗକୁ ହଟାତ ଗାଇ ଟିଏ ଆସିଯିବାରୁ ରାସ୍ତାକଡକୁ ବାଇକ ନେବା ବେଳକୁ ରାସ୍ତାକଡରେ ଥିବା ଏକ ନାମଫଳକ ଲୁହା ଖୁଟିଂରେ ବାଇକଟି ବାଡାଇ ହୋଇଯାଇଥିଲା । ବାଇକ ଚାଳକ ଗଙ୍ଗା ଲୁହା ଖୁଟିଂରେ ପିଟି ହୋଇ ଯାଇ ତାଙ୍କ ଛାତି, ଗୋଡରେ ଆଘାତ ଲାଗି ଅନ୍ତବୁଜୁଳା ବାହାରି ପଡି ମୃତ୍ୟୁ ହୋଇଯାଇ ଥିବା ବେଳେ ବାଇକରେ ବସିଥିବା ଗୁରୁ କିଛି ଦୁରକୁ ଛିଟିକି ପଡି ଆହତ ହୋଇଥିଲେ । ନିକଟସ୍ଥ ଗ୍ରାମବାସୀ ଏହା ଦେଖି ଗଙ୍ଗାଙ୍କ ଘରକୁ ଜଣାଇବାରୁ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ମୃତଗଙ୍ଗା ଓ ଆହତ ଗୁରୁ ଙ୍କୁ ନିଜ ଘରକୁ ନେଇ ଯାଇଥିବାର ଜଣାପଡିଛି ।