Odiapua.com

ବାଇକ କାର ଧକ୍କା:ଜଳିଗଲା ବାଇକ,୨ଗୁରୁତ୍ୱର,ଜଣେ କୋମାରେ

ଭୁବନେଶ୍ୱର;୧୯,୦୩,୨୦୧୮(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ନିକଟରେ କାର୍ ସହ ଏକ ବାଇକ ପିଟିହୋଇ ଜଳି ଯାଇଥିଲା।ଏଥିରେ ଦୁଇ ବାଇକ ଅରୋହୀ ଗୁରୁତ୍ୱର ଆହତ ହୋଇଥିବା ବେଳେ ଜଣେ କୋମାରେ ଅଛି।କୋମାରେ ଥିବା ବ୍ୟକ୍ତି ଜଣଙ୍କ ଏତେ ଗୁରୁତ୍ୱର ହୋଇଥିଲେ ଯେ ସେ ମୃତ ବୋଲି ସାଧାରଣରେ ଆଲୋଚନା ହେଉଥିଲା।ଆହତ ଦୁଇ ଜଣ ହେଲେ ଅନନ୍ତ ଦାସ ଏବଂ ସନ୍ତୋଷ ଦାସ।ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ଗୋଡିପଡ଼ା ଅଞ୍ଚଳରେ ବୋଲି ଜଣା ପଡ଼ିଛି।କୋରାପୁଟରୁ ଆସୁଥିବା ଓଡି ୧୦ ଇ ୫୫୮୫ ନମ୍ବର ବିଶିଷ୍ଟ କାର ସହ ଏମାନେ ଆସୁଥିବା ଓଡି ୨୫ ଏଫ ୬୨୯୫ ନମ୍ବର ବିଶିଷ୍ଟ ଏକ୍ସେଲ ବାଇକ ଧକ୍କା ହୋଇଥିଲା।କାର ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଜଙ୍କିଆ ପୁଲିସ କାରଟିକୁ ଜବତ କରିଛି।

କାର୍ ସହ ପିଟିହେଲା ବାଇକ:ଜଣେ ମୃତ,ଜଣେ ଗୁରୁତ୍ୱର;ଜଳିଗଲା ବାଇକ