Odiapua.com

ବାଇକ୍ ଧକ୍କାରେ ଦୁଇ ମୃତ

କୋଣାର୍କ ୨୪-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବନ୍ଧୁଙ୍କ ମୃତ୍ୟୁ। ସୂଚନା ମୁତାବକ ଏକ ବାଇକ୍ ରେ କାକଟପୁର ନିଜ ଘରକୁ ଫେରୁଥିବା ଦୁଇ ବନ୍ଧୁ ଙ୍କ ଗାଡି ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ଧକ୍କା ମାରିଲା ତ୍ରୀନାଥ ମଣ୍ଡପକୁ। ପାଖରେ ଥିବା କିଛି ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଚମ୍ପାହରକୁ ଖବର ଦେଇଥିଲେ। ଖବର ପାଇଁ ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ ତାଙ୍କ ଟିମି ପହଞ୍ଚି ଦୁଇଜଣଙ୍କୁ ଗୋପ ମେଡିକାଲ ନେଇଯାଇଥିଲେ।

ଗୋପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଡ଼ାକ୍ତର ଅମୀୟ କୁମାର ନାୟକ ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁଇ ଯୁବକ ହେଲେ କାକଟପୁର ଥାନା ଅସୁରଖଳା ଅଞ୍ଚଳର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି। ସୂଚନା ମୁତାବକ ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କ ଡ଼୍ରାଇଭିଙ୍ଗି ଲାଇସେନ୍ସ ରୁ ତାଙ୍କ ପରିଚୟ ପାଇଁ କୋଣାର୍କ ଥାନାରେ ଜଣାଇଥିଲେ।। କୋଣାର୍କ ପୋଲିସ ପହଞ୍ଚି ଦୁଇଟି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।