Odiapua.com

ବାଇକ୍ ଚୋରୀ ରାକେଟ୍ ର ପର୍ଦ୍ଦାଫାସ – ଚୋରି ବାଇକ୍ ଉଦ୍ଧାର

ବାଲିଗୁଡା, ୧-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ବାଲିଗୁଡା ପୋଲିସ୍ କୁ ମିଳିଛି ଏକ ବଡ଼ ସଫଳତା। ବାଇକ୍ ଚୋରୀ ରାକେଟ୍ ର ପର୍ଦ୍ଦାଫାସ୍ କରିଛି ବାଲିଗୁଡା ପୋଲିସ୍। ଚୋରି ବାଇକ୍ ଉଦ୍ଧାରକରି ଲୁଟେରାକୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍। ଗତକିଛିଦିନ ଧରି ବାଲିଗୁଡା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସ୍ଥାନରୁ ବାଇକ୍ ଚୋରି ହେଉଥିଲା, ରାକେଟ୍ କୁ ଧରିବାପାଇଁ ପୁଲିସ ଚଳାଇଥିଲା ଛାନଭିନ୍। ଗତ ଜୁନ୍ ୧୮ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରୁ କାହ୍ନୁଚରଣ ସାହାଣୀ ନାମକ ଜଣେ ଯୁବକ ନିଜର ପେସନ୍ ପ୍ଲସ୍ ମୋଟରସାଇକେଲ୍ ରଖି ପରିବା କିଣୁଥିବାବେଳେ ସୁଯୋଗନେଇ ଅତି ଚାଲାକରସହ ଲୁଟେରା ଲୁଟିନେଇଥିଲା ମୋଟର ସାଇକେଲ୍। ଘଟଣା ସମ୍ପର୍କରେ କାହ୍ନୁଚରଣ ସାହାଣୀ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ କୁ ଆଧାରକରି ଲୁଟେରାକୁ ଧରିବାରେ ସକ୍ଷମ ହୋଇଥିଲା ବାଲିଗୁଡା ପୋଲିସ୍। ଗିରଫ ଲୁଟେରା ବାଲିଗୁଡା ଥାନା ସୁଡ୍ରା ଅଞ୍ଚଳର ପ୍ରତାପ ମଲ୍ଲିକ ବୋଲି ଜଣାପଡ଼ିଛି। ପ୍ରତାପ ନାମରେ ଆଗରୁ ବିଭିନ୍ନ ମାମଲା ରହିଥିବା ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା।