Odiapua.com

ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ଦୁଇ ଝିଅଙ୍କ ଆଗରେ ଚାଲିଗଲା ବାପା-ମାଆଙ୍କ ଜୀବନ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା। ଟ୍ରଲର ଧକ୍କାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଗାଡିରେ ଥିବାରୁ ଦୁଇ ଝିଅ ବର୍ତ୍ତିଯାଇଛନ୍ତି। ଏପରି ଅଘଟଣ ଘଟିଛି ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ। ତେବେ ବାଲେଶ୍ୱର ଜିଲା ଖନ୍ତାପଡା ଥାନା ବୋଗଲପୁର ଗାଁର ବୈକୁଣ୍ଠ ରାଉତ ତାଙ୍କ ସ୍ତ୍ରୀ କୁଞ୍ଜଲତା ରାଉତ ଓ ଦୁଇ ଝିଅ ଦୁଇଟି ସ୍କୁଟିରେ ଭଦ୍ରକ ଜିଲାର ଶୈବପୀଠ ଆରଡିକୁ ଆସିଥିଲେ। ଠାକୁର ଦର୍ଶନ ପରେ ଘରକୁ ଫେରିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ଗୋଟିଏ ସ୍କୁଟିରେ (ଯାହାର ନଂ ଓଡି-୦୧ସି-୩୬୦୬) ଓ ଦୁଇ ଝିଅ ଅନ୍ୟ ସ୍କୁଟିରେ ବାହାନଗା ଫେରୁଥିବାବେଳେ ରାଣୀତାଲ ଛକରେ ଏକ ଟ୍ରଲର (ଯାହାର ନଂ ଏନ୍‌ଏଲ୍‌-୦୧ଏଡି-୧୪୯୫) ଧକ୍କା ଦେଇଥିଲା। ଘଟଣା ସ୍ଥଳରେ କୁଞ୍ଜଲତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ବୈକୁଣ୍ଠ ରାଉତଙ୍କୁ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ତେବେ ଅନ୍ୟ ଏକ ସ୍କୁଟିରେ ଥିବାରୁ ଦୁଇଝିଅ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥ କାମ କରୁଥିବା ଡିବିଏଲ୍ କଂପାନୀ ବିରୁଦ୍ଧରେ ନାରାବାଜି କରି ରାସ୍ତାରୋକ କରିଥିଲେ। ଏଠାରେ ସୂଚନାଯୋଗ୍ୟ ରାଣୀତାଲରେ ରାସ୍ତାକାମ କରୁଥିବା ଏହି କଂପାନୀ ଲୋକଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଛି। ଯାହାଦ୍ୱାରା ଗତ ୫ ଦିନ ପୂର୍ବରୁ ଅନ୍ୟଏକ ଦୁର୍ଘଟଣା ଘଟି ଏକ ରାଜମିସ୍ତ୍ରୀର ଦୁର୍ଘଟଣା ଘଟିଥିଲା। ଗ୍ରାମାଞ୍ଚଳ ପୁଲିସ୍ ପହଞ୍ôଚ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି।