Odiapua.com

ବାଂଶପାଳ ବ୍ଲକରେ ଭି.ଆର.ଓ ସଂସ୍ଥା ଦ୍ୱାରା ଶିଶୁ ମହୋତ୍ସବ  

ବଡ଼ବିଲ,ତା ୩୦ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟା କୁମୁଟିଆ ଗ୍ରାମରେ ଭି.ଆର.ଓ ସଂସ୍ଥ ଦ୍ୱାରା ଗ୍ରାମ ପଞ୍ଚାୟତ ସ୍ତରରେ କରୁଥିବା ଗ୍ରାମ ପୁନଃ ନିର୍ମାଣ ସଂସ୍ଥା ଗୋନାସିକା କ୍ଲଷ୍ଟର ତରଫରୁ ଏକ ଶିଶୁ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ (ଫାଦର ହେନେରୀ ସହ ନିର୍ଦ୍ଦେଶକ ଝେ ସୁଇଟ ମାଇଗ୍ରାଟ ସର୍ଭିସ ଚେନାଇ )ମୁଖ୍ୟ ଭକ୍ତା ଭାବେ ବାୟା କୁମୁଟିଆ ସରପଞ୍ଚ ମସଲା ପ୍ରଧାନ ସମ୍ମାନୀୟ ଅତିଥି ଭାବେ ସଂସ୍ଥାର ଆଞ୍ଚଳିକ ପ୍ରତିନିଧି ପିତାମ୍ବର ସେଠୀ, ଭି.ଆର.ଓ ଓଡିଶାର ଫାଦର ଜଜ ଓ ସଂସ୍ଥାର ୧୨ଟି ସାନ୍ଧ୍ୟ କାଳୀନ ୧୫୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପର୍ଯ୍ୟାୟରେ କରାଯାଇଥିବା ୫୦ ମିଟର ଦୌଡ଼ ଓ ନାଚ ଗୀତ ହେବା ସହ ମିୟୁଜିକ୍ ଚ୍ୟାର ଖେଳ ପ୍ରତିଯୋଗିତା ହୋଇଥିଲା । ଏଥିସହ ଅତିଥିମାନଙ୍କ ଦ୍ୱାରା ମାନ ଗ୍ରହଣ କରାଯାଇଥିଲା । ବାୟା କୁମୁଟିଆ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନସ କୁମାର ପାତ୍ର, ଅଶୋକ କୁମାର ସେଠୀ, କୃଷ୍ଣଚନ୍ଦ୍ର ଜୁଆଙ୍ଗ, ମମତାରାଣୀ ଖଟୁଆ, ରେବତୀ ନାଏକ, ମିତା ବେହେରା ଓ ସନ୍ଧ୍ୟା କାଳୀନ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।