Odiapua.com

ବାଂଶଡା ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ, ଖବର ପ୍ରକାଶ ପାଇବା ପରେ ସଂପୂର୍ଣ୍ଣ କାର୍ଯ୍ୟ କରିବା ବଦଳରେ ଚାଲିଛି ତାଳିପକା, ଆଗାମୀ ଦିନରେ ରାସ୍ତାରୋକ କରିବ କଂଗ୍ରେସ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବାଂଶଡା ଠାରେ ୨୯କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମର୍ାଣ ହୋଇ ଥିବା ମନ୍ତେଇ ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ ସୃଷ୍ଟି ହୋଇଛି ।ଏହି ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ସଂପୃକ୍ତ ସିଂଲା କନଷ୍ଟ୍ରକସନ କମ୍ପାନୀ ଆଜି ସକାଳ ସମୟରେ କିଛି ଶ୍ରମିକ ମାନଙ୍କୁ ପଠାଇ ଫାଟିଥିବା ସ୍ଥାନ ମାନଙ୍କରେ ପିଚୁ ପକାଇ ତାଳି ପକାଇବା ଆରମ୍ଭ କରିଥିଲା । ଏହାକୁ ଜନସାଧାରଣ ଘୋର ବିରୋଧ କରିବା ସହ ସଂପୃକ୍ତ ଠିକାଦାର ର ଶ୍ରମିକ ଏବଂ ତାହାର ସୁପରଭାଇଜରକୁ ନେଇ ଏକ ଘରେ ପୁରାଇ ରଖିଦେବା ସହ ଏହି କାର୍ଯ୍ୟ ବନ୍ଦ କରିଦେଇଥିଲେ । କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ଏହି ତାଳି ପକାଇବାକୁ କହିବା ସହ କିଛି ଶ୍ରମିକ ମାନଙ୍କୁ ପଠାଇ ଏହି କାର୍ଯ୍ୟ ଆରମ୍ଭ କଲେ ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ,ସହକାରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି ବିଷୟରେ ଜାଣିପାରିଲେ ନାହିଂ ତାହା ତଦନ୍ତ ସାପେକ୍ଷ । ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୫ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ବାଂଶଡା ସେତୁ ର ଲମ୍ବ ୨୫୫ ମିଟର ଓସାର ୨୦ ମିଟର , ଉତର ପଟ ସଂଯୋଗୀ କରଣ ରାସ୍ତାର ଲମ୍ବ ୪୪୫ ମିଟର ହୋଇଥିବା ବେଳେ ଦକ୍ଷିଣ ପଟ ରାସ୍ତାର ଲମ୍ବ ୨୫୫ମିଟର ରେ ନିର୍ମାଣ ଶେଷ ହେଲା ।ସମୁଦାୟ ସେତୁ ପାଇଁ ରାଜ୍ୟ ସରକାର ନାବାର୍ଡ ସହାୟତାରେ ୨୮.୨୯ କୋଟି ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ଶେଷ କଲେ । ଏହି କାର୍ଯ୍ୟ ଚଳିତ ବର୍ଷ ମେ ମାସରେ ସଂପୂର୍ଣ ହୋଇଥିବା ବେଳେ ମେ ମାସରେ ୫ଟି ଶଚିବ ଆସି ଏହି ସେତୁ ଲୋକାର୍ପଣ କରିଥିଲେ ।

ହେଲେ ସେତୁ ନିର୍ମାଣ ସରିବା ପୂର୍ବରୁ ଏହି ସେତୁର ଉତର ପାଶ୍ୱରେ ହୋଇଥିବା ଢଳେଇ ରେ ଫାଟ ସୃଷ୍ଟି ହେବା ସହ ଉତର ପଟରେ ଥିବା ସଂଯୋଗୀ କରଣ ରାସ୍ତା ରେ ୫୦ଫୁଟରୁ ଅଧିକ ଲମ୍ବର ଫାଟ ସୃଷ୍ଟିି ହୋଇଥିଲା । ଚତୁରତାର ସହ ଏହି ଫାଟ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ସଂପୃକ୍ତ ଠିକାଦାର ସିମେଂଟ ଲଗାଇ ଫାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହି ଫାଟ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଏହି ତାଳିପକା କାର୍ଯ୍ୟକୁ ନେଇ ବିଭାଗୀୟ ଅଧିକାରୀ କିଛି ମତ ରଖିବାକୁ ମନା କରିଦେଇଥିବା ବେଳେ ଏହାକୁ ନେଇ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖିବା ସହ ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ସଂପୂର୍ଣ୍ଣ ଭାବେ ଖୋଳି ଏହାକୁ ପୁନଃ ଭଲ ଭାବେ ରୋଲିଂ କରିବା ସହ ଡଳେଇ ସ୍ଥାନକୁ ମଧ୍ୟ ଭାଙ୍ଗି ନୂତନ ଡଳେଇ କରିବା ଜରୁରୀ ବୋଲି କହିଛନ୍ତି ନଚେତ ଆଗାମୀ ଦିନରେ ଏହି ସେତୁ କେଉଁ ମୁହୁର୍ତରେ ସଂପୂର୍ଣ ଧସିଯାଇ କେତେ ଯେ ଜନଜୀବନ ନଷ୍ଟ ହେବ ସେଥିପାଇଁ ଜିଲ୍ଲାପ୍ରଶାସନ ହିଁ ଦାୟୀ ରହିବେ ବୋଲି କହିଛନ୍ତି । ଏଥିସହ ଏହାର ପୁନଃ ମରାମତି ଠିକ ଭାବେ ନହେଲେ କଂଗ୍ରେସ ରାଜ ରାସ୍ତାଜୁ ଓହ୍ଲାଇବ ବୋଲି ସେମାନେ ଏ ବିଷୟରେ ୫ଟି ଶଚିବ,କେନ୍ଦ୍ରାଂଚଳ ରାଜସ୍ୱ ଆୟୋଗ,ଭଦ୍ରକ ଜିଲ୍ଲାପାଳ , ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି । ଏହି ସେତୁ ମଧ୍ୟ ଦେଇ ଆଦାନୀ ବନ୍ଦରରୁ ଭାରିଯାନ ଚଳାଚଳ କରିବାକୁ ଆରମ୍ଭ ହୋଇଗଲେ କେଉଁ ମୁହୁର୍ତ୍ତରେ ଏହି ସେତୁ ଚାନ୍ଦବାଲିର ଗେମନ ସେତୁ ଭଳି ସଂପୂର୍ଣ ଦବିଯିବ ବୋଲି ଅଂଚଳବାସୀ ଆଶଙ୍କା ପ୍ରକଟ କଲେଣି ।