ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନା ସୂଚନା ଫଳକରେ କାର୍ଯ୍ୟ ହେଉଥିବା ବେଳେ ଏହି କାର୍ଯ୍ୟ କିଏ କରୁଛି , କେତେ ଟଙ୍କାର କାର୍ଯ୍ୟ ଏବଂ କାହା ନାମରେ କାର୍ଯ୍ୟାଦେଶ ଅଛି ସେ ସବୁର ପ୍ରଶ୍ନ ର ଉତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ଏନେଇ ସଂପୃକ୍ତ ଯନ୍ତ୍ରୀଙ୍କୁ ପଚାରିବାରୁ ଏହାର ଉତର ତାଙ୍କ ପାଖରେ ନାହିଁ ବୋଲି ସଫେଇ ଦେଇଥିଲେ। ପ୍ରାପ୍ତ ଖବର ଅନୁଯାଇ ବାଂଶଡା ପଂଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି। ଏହି କାର୍ଯ୍ୟ ହେଉଥିବା ସମୟରେ ବାଂଶଡା ପଂଚାୟତର ସାଧାରଣ ଜନତା ଏହି କାର୍ଯ୍ୟାଦେଶ କାହା ନାମରେ ଅଛି , କେତେ ଟଙ୍କାର କାର୍ଯ୍ୟ ଏବଂ କାର୍ଯ୍ୟ ର ବିବରଣୀ ବିଷୟରେ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟ ଚାନ୍ଦବାଲି ବ୍ଲକର କନିଷ୍ଠଯନ୍ତ୍ରୀ ନାମରେ ଅଛି ବୋଲି କହିଥିଲେ। ମାତ୍ର ହେଉଥିବା କାର୍ଯ୍ୟ ଠିକ ହେଉନାହିଁ ଏବଂ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କୁ କାହିଁକି ଏହି କାର୍ଯ୍ୟର ଫଳକ ଲଗା ଯାଇନାହିଁ ବୋଲି ପଚାରିଥିଲେ। ମାତ୍ର ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି ବିଷୟରେ କିଛି କହି ପାରିବେ ନାହିଁ ବୋଲି କହି ସମସ୍ତ ପ୍ରଶ୍ନକୁ ଏଡାଇଯାଇଥିଲେ। ଇତି ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ ହୋଇଛି ଏବଂ କାର୍ଯାଦେଶ ଥିବା ବିଭାଗୀୟ ଅଧିକାରୀ ମଧ୍ୟ ଏହାର ବିଲ କରାଇ ନେଇଥିବା ବେଳେ କେଉଁ ପରିସ୍ଥିତିରେ ଏହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ଅଭିଯୋଗ ଅଧିକାରୀଙ୍କ ପାଖରେ ହୋଇଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି କାର୍ଯ୍ୟର ବିଲ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।ଅନ୍ୟ ପକ୍ଷରେ ଏହି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ କୌଣସି ଉତର ଦେଇ ନଥିବା ବେଳେ ସହକାରୀ ଯନ୍ତ୍ରୀ ଏବଂ ଚାନ୍ଦବାଲି ବିଡିଓ ମଧ୍ୟ ଫୋନ ଗ୍ରହଣ କରି ନଥିଲେି।