Odiapua.com

ବାଂଶଡା ପଂଚାୟତ ଶାସକ ଦଳର ଭୂସ୍ୱର୍ଗ, ରାସ୍ତା ଖରାପ ନଥାଇ ଚାଲିଛି ରାସ୍ତା,ଖରାପ ରାସ୍ତାକୁ ପାତର ଅନ୍ତର

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳର ଶାସକ ଦଳ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ଖରାପ ନଥାଇ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ,ଖରାପ ରାସ୍ତା ନିର୍ମାଣ କେବେ ହେବ ସେ ନେଇ ପ୍ରଶ୍ନବାଚୀ ହୋଇପଡିଛି । ଖବରରୁ ପ୍ରକାଶ ଧାମରା ନିକଟସ୍ଥ ବାଂଶଡା ପଂଚାୟତର ବଳିଆରପୁର ଠାରେ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଦଳର କିଛି ଠିକାଦାର ରାତି ଅଧିଆ ସିମେଂଟ କଂକ୍ରିଟ (ସିସି)ରୋଡ ସଂପୂର୍ଣ୍ଣ ଠିକ୍ ଥିବା ବେଳେ ସେହି ରାସ୍ତା ଉପରେ ପୁନଶ୍ଚ ୨ଇଂଚରୁ ୩ଇଂଚ ଢଳେଇ ପକାଯାଉଛି । ଅନ୍ୟ ପକ୍ଷରେ ଏହି ପଂଚାୟତର ବହୁ ଗ୍ରାମକୁ ମାଟି ରାସ୍ତା ଥିବା ବେଳେ ସେହି ରାସ୍ତା ଗୁଡିକ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଢଳେଇ ରାସ୍ତାରେ ପରିଣତ ହୋଇ ପାରୁ ନାହିଁ ।ଏହି ବାବଦରେ ବଳିଆରପୁର ଗ୍ରାମର ଶତାଧିକ ଗ୍ରାମବାସୀ ବାଂଶଡା ପଂଚାୟତ ଦାୟିତ୍ୱରେ ଥିବା ଚାନ୍ଦବାଲି ବ୍ଲକ କନିଷ୍ଠଯନ୍ତ୍ରୀ ଅମୀୟ କୁମାର ପଲାଇଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ଏହି କାର୍ଯ୍ୟକୁ ଫୋନ ଯୋଗେ ଦୃଢ ନିନ୍ଦା କରିବା ସହ କୌଣସି ପରିସ୍ଥିତିରେ ସିସି ରୋଡ ଭଲ ଥାଇ ସେହି ସ୍ଥାନରେ ପୁନଶ୍ଚ ଢଳାଇ ପକାଇଲେ ବିଲ ହୋଇ ପାରିବ ନାହିଁ ବୋଲି କହିବା ପରେ ମଧ୍ୟ ରାତି ଅଧିଆ ସେହି ସ୍ଥାନକୁ ଆସି ମାପ କରି ନେଇ ବିଲ କରି ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ଏଥିସହ ପୁନଶ୍ଚ ଏହି ଗ୍ରାମରେ ଆଜି ମଧ୍ୟ ସିସି ରୋଡ ଭଲ ଥିବା ବେଳେ ସେହି ରାସ୍ତା ଉପରେ ଢଳେଇ ପକାଯାଉଛି । ଏହି ବାବଦରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ତଦନ୍ତ କରିବେ ବୋଲି କହିଥିଲେ । ଚାନ୍ଦବାଲି ବ୍ଲକର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ସହ ୍‌ଯୋଗାଯୋଗ କରିବାରୁ ସେ ଏହି ଅନିୟମିତତା ବିଷୟରେ ଅବଗତ ଅଛନ୍ତି ବୋଲି କହିବା ସହ କେଉଁ ପରିସ୍ଥିତିରେ କନିଷ୍ଠଯନ୍ତ୍ରୀ ଅମୀୟ ପଲେଇ ଏହାକୁ ପ୍ରଶୟ ଦେଉଛନ୍ତି ତାହା ଚିନ୍ତାର କାରଣ ପାଲଟିଛି । ଅଭିଯୋଗ ଆସିଲେ ସେହି ବିଲ ବନ୍ଦ କରାଯିବ ବୋଲି କହିଥିଲେ । ବଳିଆର ପୁର ଗ୍ରାମର ହରିହର ବିର,ଶିବ ସୂତାର,ଗୌରହରି ପଲେଇ,କାଶିନାଥ ପଲେଇଙ୍କ ସମେତ ବହୁ ଗ୍ରାମବାସୀ ଏହି ଅନିୟମିତତା ବିଷୟରେ ଚାନ୍ଦବାଲି ବିଡିଓ, ଭଦ୍ରକ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି । ଏହାର ସୁସମାଧାନ ନିମନ୍ତେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବେ ବୋଲି ଆଶାବାଦୀ ।