Odiapua.com

ବାଂଶଡା ଥାନା ଇଲାକାରେ ବେଧଡକ ଜୁଆ ଖେଳ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଇଲାକାରେ ବେଧଡକ ଜୁଆ ଖେଳ ଚାଲିଛି। ପ୍ରାପ୍ତ ଖବରରୁ ଜଣା ଯାଇଛି ବାଂଶଡା ପଂଚାୟତ ବଳିଆର ପୁର ଠାରେ ଏକ ଅପେରା ସୋ ଚାଲିଛି । ଏହି ଅପେରା ଶୋ ସମୟରେ ବ୍ୟାପକ ଜୁଆ ଖେଳ ଚାଲିଥିବା ବେଳେ ଅଂଚଳବାସୀ ଏହି ଜୁଆ ଖେଳ ବନ୍ଦ କରିବାକୁ ବାଂଶଡା ପୁଲିସ ପ୍ରଶାସନକୁ ଅବଗତ କରାଇଥିଲେ। ମାତ୍ର ବାଂଶଡା ଥାନା ଠାରୁ ଏହି ସ୍ଥାନ ମାତ୍ର ୨ କି.ମି ହୋଇଥିବା ବେଳେ ପୁଲିସ ପ୍ରଶାସନ ର ଇଙ୍ଗିତରେ ଏହା ଚାଲିଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିଥିଲେ ମଧ୍ୟ ବାଂଶଡା ଥାନା ପୁଲିସ ବେଫିକର। ତୁରନ୍ତ ଏହି ଅଂଚଳରେ ଚାଲିଥିବା ଜୁଆ ଖେଳ ପ୍ରତି ଭଦ୍ରକରେ ନୂତନ ଭାବେ ଯୋଗ ଦେଇଥିବା ଏସ ପି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।