Odiapua.com

ବାଂଶଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରତି ବିଭାଗର ବୈମାତୃକ ମନୋଭାବ, ବିଧାୟକ ଜିଲ୍ଲା ଯୋଜନା ବୋର୍ଡର ମୁଖ୍ୟ ଥାଇ ମଧ୍ୟ ନିଜ ଅଂଚଳର ଅବସ୍ଥା ସୁଧାରିବେ କେବେ!

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ପଂଚାୟତ ପ୍ରତି ଅହେତୁକ ବୈମାତୃକ ମନୋଭାବ ପୋଷଣ କରୁଛି ଚାନ୍ଦବାଲି ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ । ଚାନ୍ଦବାଲି ଅଫିସ ଛାଡି ଭଦ୍ରକ ଠାରେ ବହୁ ସମୟ ଅବସ୍ଥାପିତ କରୁଥିବା ଏସଡିଓ ଏବଂ ଜେଇ ଏହି ପଂଚାୟତ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ତାହା ଆନ୍ଦୋଳନର ରୂପ ନେବାକୁ ବସିଛି । ଘଟଣାରୁ ଜଣାଯାଇଛି ଧାମରା- ବାଂଶଡା ୮ କି.ମି ରାସ୍ତା ୨୦୦୮ମସିହାରେ ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଦୀର୍ଘ ୧୨ବର୍ଷ ବିତି ଯାଇଥିିଲେ ମଧ୍ୟ ତାହାର ସଂପୂର୍ଣ ମରାମତି ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ । ବହୁ ବାଦାନୁବାଦ ପରେ ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ନଜର ରଖିବେ ବୋଲି କହି କେବଳ ଧାମରା ପଂଚାୟତରେ ଥିବା ୪କି.ମି ରାସ୍ତା ମଧ୍ୟରୁ ୧ କି.ମି ରାସ୍ତା ସଂପୂର୍ଣ ବ୍ୟବହାର ଅନୁପୋଯୋଗୀ ହୋଇ ଯିବାରୁ ୨୦୨୦ ମସିହାରେ ଜୈନିକ ଠିକାଦାରଙ୍କୁ ଏହି ରାସ୍ତା ମରାମତି କରିବାକୁ ଆଦେଶ ଦେଇଥିଲେ ମାତ୍ର ସଂପୃକ୍ତ ଠିକାଦାର ଖରାପ ହୋଇ ରହିଥିବା ରାସ୍ତା ସଂପୂର୍ଣ ମରାମତି ନକରି ଅଧାପନ୍ତରିଆ ଛାଡି ଚାଲିଯାଇଥିଲେ । ବିଭାଗୀୟ କର୍ତୁପକ୍ଷ ସବୁ ଜାଣି ମଧ୍ୟ ଚୁପ ରହିବାକୁ ÷ଶ୍ରେୟସ୍କର ମନେ କରିଥିଲେ । ଚଳିତ ମାସ ବାଂଶଡା ପଂଚାୟତରେ ଥିବା ୪କି.ମି ରାସ୍ତା ମଧ୍ୟରୁ ୮ଶହ ମିଟର ରାସ୍ତା ମରାମତି ଅଭାବରୁ ଏହି ରାସ୍ତାରେ ଯାତାୟତ ସଂପୂର୍ଣ ବନ୍ଦ ହୋଇ ପଡିଥିଲା । ଏହି ବାବଦରେ ବାଂଶଡା ପଂଚାୟତର ପୂର୍ବତନ ସରପଂଚ ଦିଗମ୍ବର ଦାସ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗ୍ରାମ୍ୟ ଉନ୍ନୟନ ଏସଡିଓ ବାସୁଦେବପୁରର ଏକ ଠିକାଦାରଙ୍କୁ ଏହି ରାସ୍ତା ମଧ୍ୟରୁ ୨ଶହ ମିଟର ରାସ୍ତା କଂକ୍ରିଟ କରିବାକୁ ଆଦେଶ ଦେଇଥିଲେ । ସଂପୃକ୍ତ ଠିକାଦାର ମଧ୍ୟ ନିମ୍ନ ମାନର କାର୍ଯ୍ୟ କରିବା ସହ ବିନା ଫଳକରେ ଏହି କାର୍ଯ୍ୟ କରି ଥିଲେ ଏଥି ସହ ଏହି କଂକ୍ରିଟ ରାସ୍ତା ନିର୍ମାଣ ସମୟରେ କନିଷ୍ଠଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହେବାର ନିୟମ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିୟମକୁ ସଂପୃକ୍ତ ଠିକାଦାର ଫୁ କରି ଦେଇ ରାସ୍ତା କାର୍ଯ୍ୟ ଶେଷ କରି ଦେଇଥିଲେ ।

ଏହି ରାସ୍ତା ମଧ୍ୟରୁ ୨ଶହ ମିଟର ରାସ୍ତା ରେ ସଂପୂର୍ଣ ଯାତାୟତ ବନ୍ଦ ହୋଇ ପଡିଥିବା ବେଳେ ବିଭାଗୀୟ କର୍ତୁପକ୍ଷ କିଭଳି ଭଲ ଥିବା ରାସ୍ତାକୁ କଂକ୍ରିଟ କରିବାକୁ ଆଦେଶ ଦେଉଥିବା ବେଳେ ଅତ୍ୟନ୍ତ ଖରାପ ଥିବା ରାସ୍ତାକୁ ଅଣଦେଖା କଲେ ତାହା ସାଧାରଣରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି. ।ଏହାର କାରଣ ଖୋଜିବାକୁ ଗଲେ କେତେବେଳେ ବିଭାଗୀୟ ଅଧିକାରୀ ଏସଡିଓ ନିଜର ମତ ରଖି କୁହନ୍ତି ଦେଖିବା , ଆଗାମୀ ଦିନରେ ନିଶ୍ଚୟ ହେବ ବୋଲି କହି କଥା ଚଳାଇ ନେଉଥିବା ବେଳେ ବର୍ତମାନ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯାତାୟତ ହୋଇ ପାରୁ ନାହିଁ ।ବର୍ତମାନ ଚାନ୍ଦବାଲି ବିଧାୟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଏହା କିପରି ଅସମ୍ଭବ ତାହା ମଧ୍ୟ ଚା ଖଟିରେ ଆଲୋଚନା ହେଉଥିବା ଜଣାଯାଇଛି । ଦିନକୁ ଦିନ ଏହି ଅଂଚଳରେ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ବିଭାଗୀୟ ଅଧିକାରୀ ରାତି ରାତି ଏହି ଅଂଚଳରେ ରହି ସ୍କେଚ ମ୍ୟାପ ବନାଉଥିବା ବେଳେ କଣ ପାଇଁ ଏହି ରାସ୍ତା କଥାକୁ ସଂପୂର୍ଣ ପାଶୋରି ଯାଉଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି । ଏହି ୮ କି.ମି ରାସ୍ତା ଧାମରା ବନ୍ଦର ପାଇଁ ମୁଖ୍ୟ ରାସ୍ତା ବନିଥିବା ବେଳେ ଏହି ରାସ୍ତା ଦେଇ କେନ୍ଦ୍ରାପଡା,ଏବଂ ଭଦ୍ରକ ଯାତାୟତ କରିବା ସହଜ ହୋଇଥାଏ ବୋଲି ଅଂଚଳବାସୀ ମତ ପୋଷଣ କରିଥାନ୍ତି ।ସେହିପରି ଚାନ୍ଦବାଲି ମତୋ ଘଂଟେଶ୍ୱର ଅଂଚଳବାସୀ ଏହି ମୁଖ୍ୟ ରାସ୍ତା ଦେଇ ଧାମରା କୁ ଆସିଥାନ୍ତି । ଦୀର୍ଘ ୧୨ବର୍ଷ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଥରୁଟିଏ ଏହି ରାସ୍ତାକୁ ସଂପୂର୍ଣ ମରାମତି କରିବା ସମ୍ଭବ ହୋଇ ପାରି ନଥିବାରୁ ଅଂଚଳବାସୀ ଏହି ରାସ୍ତା ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବସିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦୀର୍ଘ ଦିନ ହେବ ପାଣିର ଗାର ସଦୃଶ ପାଲଟିଛି । ଫଳରେ ବିଭାଗୀୟ ଅଧିକାରୀ କେବଳ ମତପୋଷଣ କରି କାଗଜ କଲମରେ ରାସ୍ତା ମରାମତି କଥା ଭାବୁଛନ୍ତି ବୋଲି ବାଁଶଡା ଅଂଚଳର ବାସିନ୍ଦା ଶୁଭଙ୍କର ବାରିକ ମତ ରଖିଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଅପାରଗତା ଯୋଗୁ ଏହି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ବୋଲି ବୁଦ୍ଧିଜିବୀ ମତପୋଷଣ କରିଛନ୍ତି ।