Odiapua.com

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଓ ଭାରତରୁ ବାଂଲାଦେଶୀ ଉଛେଦ ଦାବି କଲା ଭଦ୍ରକ ରାଷ୍ଟ୍ରବାଦୀ ଯୁବକ ସଂଘ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରମ୍ବାର ବାରମ୍ବାର ବାଂଲାଦେଶ ରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବା ବେଳେ ସବୁ ସୀମା ଲଂଘି ଜନୈକ ହିନ୍ଦୁ ଗରିବ ଯୁବକକୁ ହତ୍ୟା କରି ଜାଳି ଦିଆ ଯାଇଛି । ଯାହା ନେଇ ସମଗ୍ର ଭାରତ ସହିତ ଅନ୍ୟାନ୍ୟ ଦେଶ ରେ ବାଂଲାଦେଶ କୁ ଘୋର ନିନ୍ଦା କରାଯାଇଛି । ବାଂଲାଦେଶୀ ମାନେ ଆସି ଭାରତରେ ବ୍ୟବସାୟ କରୁଥିବା ବେଳେ ବାଂଲାଦେଶରେ ହିନ୍ଦୁ ଙ୍କ ଉପରେ ଅତ୍ୟାଚାର ସୀମା ଲଂଘିଛି । ଏ ନେଇ ଆଜି ରାଷ୍ଟ୍ରବାଦୀ ଯୁବକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଙ୍କ ଜରିଆରେ ମହା ମହିମ ରାଷ୍ଟ୍ରପତି, ମାନନୀୟ ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଦାବି କରା ଯାଇଛି ଯେ ବାଂଲାଦେଶ ରେ ସଂଖ୍ୟାଲଘୁ ହିନ୍ଦୁ ଙ୍କ ସୁରକ୍ଷା ସହିତ ଭାରତ ରୁ ରୋହିଜ୍ଞା ବାଂଲାଦେଶୀ ଙ୍କୁ ଉଛେଦ କାର୍ଯ୍ୟ ଜୋରଦାର କରାଯାଉ । ଏହାଛଡ଼ା ଭଦ୍ରକ ଜିଲ୍ଲା ରେ ଥିବା ବାଂଲାଦେଶୀ ଙ୍କୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ଅଧିକାରୀ ଙ୍କ ଜରିଆରେ ସାପ୍ତାହିକ ରୁଟିନ ମୁତାବକ ଭୋଟର ପରିଚୟ ଓ ଆଧାର କାର୍ଡ ଯାଂଚ କରାଯିବା ସହିତ ଭଡ଼ା ଘର ଉପରେ ଜୋରଦାର ଚଢ଼ାଉ କରାଯାଉ । ଏଥି ନେଇ ଦଣ୍ଡ ବ୍ୟବଧାନ ର ବ୍ୟବସ୍ତା କରା ଯିବା ନେଇ ମଧ୍ୟ ଦାବି କରା ଯାଇଛି । ବାଂଲାଦେଶ ଭାଲୁକା ଅଞ୍ଚଳରେ ଜଣେ ଶ୍ରମିକ ଦିପୁ ଚନ୍ଦ୍ର ଦାସ ଙ୍କୁ ହିନ୍ଦୁ ହୋଇଥିବା ରୁ ଜବର ଦସ୍ତ ଧର୍ମ ପରିବର୍ତନ କଥା ନେଇ ଶେଷରେ ସ୍ପଷ୍ଟ ଦିବାଲୋକ ରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରି ଗଛରେ ଟାଙ୍ଗୀ ନିଆଁ ରେ ଜଳେଇ ସାମାଜିକ ଗଣ ମାଧ୍ୟମ ରେ ଛାଡ଼ି ଏଭଳି ହିନ୍ଦୁ ଙ୍କ ଅବସ୍ଥା ହେବ କହିବା ଏକ ଅଣ ସାମ୍ବିଧାନିକ ରାଷ୍ଟ୍ର ର ପରିଚୟ ଦେଇଛନ୍ତି । ରାଷ୍ଟ୍ର ମୁଖ୍ୟ ପ୍ରଶାସକ ମହମଦ ୟୁନୁଷ ଙ୍କ ଶାସନରେ ସେଠାରେ ପୋଲିସ ଥାଇ ମଧ୍ୟ ଜିହାଦୀ ଙ୍କୁ ଦେଇ ହତ୍ୟା କରାଇବା ଘଟଣା ରୁ ସ୍ୱଷ୍ଟ ଭାବେ ଗଣ ମାଧ୍ୟମରେ ଏହା ସର୍ବ ଜ୍ଞାତରେ କରା ଯାଇଥିଲା ବୋଲି କୁହା ଯାଉଛି । ଏ ନେଇ ଭାରତ ସରକାର ମଧ୍ୟ ଆକ୍ସନ ମୁଡ଼ ଆସିଥିଲେ ମଧ୍ୟ ତୁରନ୍ତ ହିନ୍ଦୁ ସୁରକ୍ଷା ଏବଂ ବାଂଲାଦେଶ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି । ଏହାଛଡ଼ା ବ୍ୟବସାୟ ଆଳରେ ଆସି ଦେଶ ର ବିଭିନ୍ନ ରାଜ୍ୟରେ ସମ୍ପର୍କ ରେ ରହି ଅନେକ କିଛି ବେଆଇନ କାର୍ଯ୍ୟ ରେ ଲିପ୍ତ ରହି ଅସାମାଜିକତା ସୃଷ୍ଟି କରୁଛନ୍ତି । ତାପରେ ଭାରତ ଛାଡ଼ି ପଳାଉଛନ୍ତି, ଚୋରି ଡକାୟତି ଲଭ ଜିହାଦ ଜମି ଦଲାଲି ଭଳିଆ କାର୍ଯ୍ୟ ରେ ନିୟୋଜିତ ହୋଇ ଚାଲିଛନ୍ତି । ଭଦ୍ରକ ରେ ରହୁଥିବା ବହୁ ବାସିନ୍ଦା ଙ୍କ ମୋଟା ଅର୍ଥ ଦେଇ ରହିବା ସହିତ ବେପାର କରିବା ଆଳରେ ଦେଶ ବିରୋଧୀ ତତ୍ୱ ଅନୁସନ୍ଧାନ କରୁଛନ୍ତି । ଏ ନେଇ ଦେଶ ରେ ଓଡ଼ିଶାରେ ଭଦ୍ରକ ରେ ମଧ୍ୟ ଗୁରୁତର ସହିତ ଏହି ଅଭିଯୋଗ କୁ ଗ୍ରହଣ କରି ତୁରନ୍ତ ବାଂଲାଦେଶୀ ଙ୍କୁ ହଟାଇବା ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଜ୍ଞାନ ପ୍ରକାଶ ପାଣି,ରବୀନ୍ଦ୍ର ସାହୁ ଓ ଆଶିଷ ବାରିକ ଙ୍କ ନେତୃତ୍ୱରେ ଜୟ ପ୍ରକାଶ ଦାସ, ମାନସ ପଣ୍ଡା, ଜୟ ଜଗନ୍ନାଥ ମଲିକ, ପ୍ରମୋଦ କୁମାର ଦାସ, ସଞ୍ଜୟ ଦାସ ପ୍ରମୁଖ ଶତାଧିକ ସଦସ୍ୟ ସାମିଲ ହୋଇ ୟୁନୁଷ ଙ୍କ ଫଟୋ କୁ ନିଆଁ ଲଗାଇ ଜାଳିଥିଲେ ।