Odiapua.com

ବାଂଲାଦେଶରେ ନଈ ମଝିରେ ଫେରୀରେ ଅଗ୍ନିକାଣ୍ଡ : ୩୨ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗ୍ରାମାଞ୍ଚଳ ଜାକାକାଟି ନିକଟରେ ସକାଳେ ଏହି ଘଟଣା ଘଟିଛି। ଦକ୍ଷିଣ ବାଂଲାଦେଶରେ ଏକ ପ୍ୟାକ୍ ହୋଇଥିବା ଫେରିରେ ଶୁକ୍ରବାର ଦିନ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ସ୍ଥାନୀୟ ପୋଲିସ ମହାନିର୍ଦ୍ଦେଶକ ମୋଇନୁଲ ଇସଲାମ AFP କୁ କହିଛନ୍ତି, “ତିନି ମହଲା ବିଶିଷ୍ଟ ଓବିଜାନ ଫେରୀରେ ୧୦ ନଈ ମଧ୍ୟଭାଗରେ ନିଆଁ ଲାଗିଥିଲା। ଏହାକୁ ଆୟତ୍ତ କରାଯାଇଛି। ୩୨ ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ବଢ଼ିପାରେ। ଅଧିକାଂଶ ଲୋକ ନଦୀ ଭିତରକୁ ଡେଇଁବା ପରେ ମୃତ୍ୟୁ ବରଣ କରିଛନ୍ତି।