Odiapua.com

ବହୁ ଅନୁଷ୍ଠାନ ଗଢିଥିଲେ ସମାଜସେବୀ ଜୟକୃଷ୍ଣ ସାହୁ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମର ବିଶିଷ୍ଟ ସମାଜସେବୀ ଜୟକୃଷ୍ଣ ସାହୁ,ନିଜସ୍ୱ ଉଦ୍ୟମରେ ଗଢିଛନ୍ତି ବହୁ ଅନୁଷ୍ଠାନ । ସେହି ଶତାୟୁ ପୁରୁଷଙ୍କୁ ଆଜି ପରି ମହାନ ଦିନରେ ସ୍ମୃତି ଚାରଣ କଲେ ଆଗାମୀ ପିଢୀ ମାନେ ଏହାକୁ ଅନୁକରଣ କରି ସମାଜ ସେବାରେ ନିଜକୁ ବ୍ରତି କରିବେ ବୋଲି ଅତିଥି ମାନେ ଆୟୋଜିତ ସ୍ମୃତି ଚାରଣ ସଭାରେ କହିଥିଲେ । ସ୍ମୃତି ଚାରଣ ସଭାକୁ ଶିକ୍ଷକ ପଞ୍ଚାନନ ପୃଷ୍ଟି ପୌରହିତ୍ୟ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ପ୍ରୟାସକ୍ରାନ୍ତି ସାମଲ,ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଚାରିଗାଁ ସମିତି ସଭ୍ୟ ଧରଣୀଧର କର,ନାରୀନେତ୍ରୀ ସୁଜାତା ଜେନା,ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା,ସ୍ତମ୍ବକାର ସୁବୋଧ କୁମାର ସାହୁ,ଶିକ୍ଷାବିତ୍ତ ହରମୋହନ ପଣ୍ଡା,ଅଧ୍ୟାପକ ଫକିର ଚରଣ ଶଂଙ୍ଖୁଆ,ନାଟ୍ୟ ନିର୍ଦେଶକ ଗୋପିନାଥ ପାଢି,ବିଜେପି ନେତା ଗୋପାଳ କୃଷ୍ଣ ଦାଶ,ସମ୍ବାଦିକ ହେମନ୍ତ ସିଂହ,ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ,ସମାଜସେବୀ ଗୋଲକ ପୃଷ୍ଟି ଶିକ୍ଷାବିତ୍ତ ଗୋବିନ୍ଦ ଚନ୍ଦ୍ର ସାହ.ବାବୁଲା ପୃଷ୍ଟି ପ୍ରମୁଖ ମତ ରଖିଥିଲେ । ସ୍ୱର୍ଗତ ସାହୁ ଗାଁରେ ବିଦ୍ୟାଳୟ,ଆର‌୍ୟୁବେଦିକ ଡାକ୍ତରଖାନା ଖୋଲିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ରଜବତି ଠାକୁର,ହରିହାଟ ପରିଚାଳନା କମିଟିର ମୁଖ୍ୟ ଭୂମିକା ନିଭାଇ ଆସୁଥିଲେ । ଏଥିସହ ବିଭିନ୍ନ ପାରିବାରିକ ସମସ୍ୟା ତୁଟାଇବାରେ ସେ ସିଦ୍ଧହସ୍ଥ ଥିଲେ । ପ୍ରାରମ୍ଭରେ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ଭାବଗ୍ରାହୀ ସାହୁ,ଯୁଧିଷ୍ଠିର ସାହୁ,ଦେବେନ୍ଦ୍ର ସାହୁ,ବାସନ୍ତି ସାହୁ,ରାଜେଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।