ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଫତେପୁର ପଂଚାୟତ ୨୦୧୭ରୁ ନୂତନ ପଂଚାୟତ ଭାବେ ମାନ୍ୟତା ପାଇଥିଲା।ପରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ନେଇ ବିବାଦ ଉପୁଜିଥିଲା । ଏହି ବିବାଦ ହାଇକୋର୍ଟରେ ପହଂଚିବାରୁ ପଂଚାୟତ ନିର୍ମାଣ କାର୍ଯ୍ୟରେ ପୂର୍ଣଛେଦ ପଡିଥିଲା। ଶେଷରେ ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ରହିତାଦେଶ ଉଠିଯିବା ପରେ ରବିବାର ପଂଚାୟତ କାର୍ଯ୍ୟାଳୟର ଶିଳାନ୍ୟାସ କରାଯାଇଛି । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ଶିଳାନ୍ୟାସ କରିକହିଥିଲେ ଯେ,ପଂଚାୟତ କାର୍ଯ୍ୟାଳୟ ନିର୍ମାଣହେଲେ ଲୋକ ମାନେ ନିଜନିଜ କାର୍ଯ୍ୟ ପଂଚାୟତ କାର୍ଯ୍ୟାଳୟକୁ ଆସି କରିପାରିବେ।ଯାହାଫଳରେ ପଂଚାୟତବାସୀଙ୍କର ବହୁଦିନ ପ୍ରତୀକ୍ଷାର ଅନ୍ତଘଟିଛି।ଏହି ଶିଳାନ୍ୟାସ ଉତ୍ସବରେ ପଂଚାୟତର ସରପଂଚ ପ୍ରଦୀପ ବଳ ନିଜର ଶକ୍ତି ପ୍ରଦର୍ଶନକରି ଦେଖାଇଥିଲେ।ଗୋଳାପୋଖରୀ ଛକ ବାଜା,ରୋଷଣୀ ଓ ଲୋକଙ୍କ ସମାଗମରେ ଦୁଲୁକି ଉଠିଥିଲା।ଶତାଧିକ ମହିଳା ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛଦେଇ ସ୍ୱାଗତ ଜଣାଇଥିଲେ। ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ୩୫ଲକ୍ଷ ଟଙ୍କା ବ୍ୟୟଅଟକଳ କରାଯାଇଛି।ପରେ ପଂଚାୟତ ଭବନ ନିର୍ମାଣ ବାବଦକୁ ମଧ୍ୟ ୩୫ଲକ୍ଷ ଟଙ୍କା ବିନିଯୋଗ ହେବ ବୋଲି ଜଣାଯାଇଛି । ମନ୍ତ୍ରୀ ସୁରଜଙ୍କୁ ଏକ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ନିଆଯାଇଥିଲା । ବିଡ଼ିଓ ନିରଞ୍ଜନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ,ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ପିଇଓ ଶୁଭ୍ରାଂଶୁ ତ୍ରିପାଠୀ,ଭାଜପା ବରିଷ୍ଠ ନେତା ରଘୁନାଥ ପାତ୍ର, ମଣ୍ଡଳ ସଭାପତି ସରୋଜ ନାୟକ, କେଶବ ବେହେରା, ସରପଂଚ ଶୁଭ୍ର ନାରାୟଣ ସେଠୀ, ସଂଜୀବ ବେହେରା,କୁନ୍ତଳା ମଲିକ,ଅଜୟ ମହାନ୍ତି, ପୂର୍ବତନ ସରପଂଚ ଉଷାକାନ୍ତ ନାୟକ, ଝରଣା ଜେନା, ଭରତ ସାହୁ, ପ୍ରମୋଦ ଦାସ,ସମିତିସଭ୍ୟ ଦେବେନ୍ଦ୍ର ଦାସ, ଉମାକାନ୍ତ ଦାସ,ଦେବେନ୍ଦ୍ର ପୁହାଣ, ରତିକାନ୍ତ ମହାକୁଡ଼, ଅମୀୟଚାନ୍ଦ ନାୟକ, ନିଶିକାନ୍ତ ଭଟରାୟ, ବିଦ୍ୟାଧର ପ୍ରଧାନ,ଅଜୟ ରାଉତ,ପ୍ରଦୋଷ ସ୍ୱାଇଁ,ସୂର୍ଯ୍ୟ ନାରାୟଣ ଭୋଇ, ଅଜୟ ମହାପାତ୍ର,ଦେବବ୍ରତ ପାଢ଼ୀ,ବିଚିତ୍ର ବାରିକ,ସନାତନ ମିଶ୍ର, ଶଶୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ୨୦୧୭ରେ ଫତେପୁର ନୂତନ ପଂଚାୟତର ମାନ୍ୟତା ପାଇଥିଲା । ତେବେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରପଂଚ ପ୍ରଦୀପ ବଳ ଉଦ୍ୟମ କରିଥିଲେ । ଫତେପୁର ମୌଜାରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରପଂଚ ବଳ ଓ ତାଙ୍କ ସମର୍ଥକମାନେ ଚାହୁଁଥିବା ବେଳେ ପ୍ରତିପକ୍ଷ ଏହାକୁ ବିରୋଧ କରି ଗୋଳାପୋଖରୀ ମୌଜାରେ ନିର୍ମାଣ ପାଇଁ ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସରପଂଚ ବଳ ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ବାଦାନୁବାଦ ପାଇଁ ପଂଚାୟତ କାର୍ଯ୍ୟାଳୟ ପାଇଁ ମିଳିଥିବା ୩୫ଲକ୍ଷ ଟଙ୍କା ଅନୁଦାନ ବିନିଯୋଗ ହୋଇନପାରି ପଡିରହିଥିଲା । ଏହି ବିବାଦ ଯୋଗୁଁ ଉଭୟ ସରପଂଚ ଓ ପଂଚାୟତବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ପରେ ବିଡ଼ିଓ ଶ୍ରୀ ବାରିକ ଫତେପୁର ମୌଜାରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ତଥ୍ୟ ଭିତିକ ରିପୋର୍ଟ ହାଇକୋର୍ଟକୁ ପ୍ରଦାନ କରି ରହିତାଦେଶ ଖାରଜ ପାଇଁ ନିବେଦନ କରିଥିଲେ । ତେବେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ହେବାପରେ ପଂଚାୟତବାସୀଙ୍କୁ ଏକ ସ୍ଥାୟୀ ଠିକଣା ମିଳିବ ବୋଲି ଆଲୋଚନା ହେଉଛି । ନାଏବ ସରପଂଚ ଦ୍ରୌପଦୀ ବେହେରା, ପଂଚାୟତ ସଭାପତି ପ୍ରଶାନ୍ତ ବାରିକ, ରବିନ୍ଦ୍ର ଜେନା, ସୁବାସ ଜେନା, ମନୋରମା ବାରିକ, ହିମାଂଶୁ ଶେଖର ନାୟକ, ଅନନ୍ତ ନାୟକ,ବିଶ୍ୱଜିତ ମିଶ୍ର, ପ୍ରଦୀପ ନାୟକ, ଦେବେନ୍ଦ୍ର ନାୟକ,ଅମର ଜେନା,ଦେବେନ୍ଦ୍ର ନାୟକ,ନିରାକାର ବେହେରା, ଦୋଳ ଗୋବିନ୍ଦ ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।