Odiapua.com

ବହୁଦରଡା ମା’ କାଳୀଙ୍କୁ ଦର୍ଶନ କରି ଶାନ୍ତି ପ୍ରତିଷ୍ଠା କାମନା କଲେ ପ୍ରଫୁଲ୍ଲ ସାମଲ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗେ ଯୁଗେ ସୃଷ୍ଟିର ରକ୍ଷା ନିମନ୍ତେ ଦୁଷ୍ଟଙ୍କୁ ସଂହାର କରି ନୂତନ ଯୁଗର ସଂଚାରରେ ମାତୃଶକ୍ତି ସର୍ବାଗ୍ର ଭୂମିକା ଗ୍ରହଣ କରିଆସିଛି। ତେବେ ବର୍ତମାନର ଅବକ୍ଷୟମୁଖୀ କଳୁଷିତ ସମାଜରେ ଆସୁରିକ ପ୍ରବୃତିର ବିନାଶ ନିମନ୍ତେ ସେହି ମାତୃଶକ୍ତି ମା’ କାଳୀଙ୍କ କୃପାଲାଭ କଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆଜି ଭଦ୍ରକ ବ୍ଲକ ବହୁଦରଡ଼ା ପଂଚାୟତ ଠାରେ ମା’ କାଳୀ ଙ୍କ ଦର୍ଶନ ଲାଭ କରି ସମସ୍ତଙ୍କ ମଙ୍ଗଳ କାମନା ସହ ମା’ ଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏହି ଦର୍ଶନ କାଳରେ ତାଙ୍କ ସହ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ସରପଂଚ ମାନସ କୁମାର ସାମଲ ଓ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।