ବ୍ରହ୍ମପୁର,୨୬/୧୦,(ଓଡ଼ିଆ ପୁଅ ପି ନାୟକ):ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ପ୍ରତିଦିନ ସଡ଼କ ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ଯାଉଛି । ଆଜି ବ୍ରହ୍ମପୁର ଆମ୍ବପୁଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସରକାରୀ ଟାଉନ ବସ୍ ଟି ରଙ୍ଗ ୱରେ ଆସୁଥିବା ବେଳେ ଅନ୍ୟପଟ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ସେଠାରେ ଟଳି ପଡ଼ିଥିଲେ । ଘଟଣା ସ୍ଥଳରେ ଏବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିବା ଜଣାପଡିଛି ।